କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଲକ୍ଷ୍ମୀପୁର ୟୁଥ କ୍ଲବ ପକ୍ଷରୁ ଲକ୍ଷ୍ମୀପୁର ଠାରେ ରଘୁନାଥ ଓ ଗୋପିନାଥ ଲକ୍ଷ୍ମୀପୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନ ଉତ୍ସବରେ ବିଜେଡିର ଜିଲ୍ଲା ଉପସଭାପତି ଯୁବନେତା ବନମାଳି ସେଠୀ, ଯୁବନେତା ଅବନି କୁମାର ଶତପଥୀ, ଲକ୍ଷ୍ମୀପୁର ସରପଂଚ ଏମ.ନରସିଂହ ରେଡ୍ଡି ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ପରସ୍ପର ଭାଇଚାରା ରଖି ଶାନ୍ତିପୂର୍ଣ୍ଣ ଭାବେ କୋଭିଡ ନିୟମକୁ ପାଳନ କରି ଖେଳିବା ପାଇଁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ କମିଟି ସଭାପତି ବି.ସୁରେୟା ରେଡ୍ଡି, ପି.ଧର୍ମରାଜୁ ରେଡ୍ଡି, ଆର.ହରିବନ୍ଧୁ ରେଡ୍ଡି, ନାରାୟଣ ନାହାକ, ଡି.ମୋହନ ରେଡ୍ଡି, ଡି.ସୀମାଦ୍ରି ରେଡ୍ଡି, କେ.ପୂର୍ଣ୍ଣଚନ୍ଦ୍ର ରେଡ୍ଡି, ଏସ.ଦୀନବନ୍ଧୁ ରେଡ୍ଡି, ଏସ.ସୀମାଦ୍ରି ରେଡ୍ଡି, ବାବୁଲା ଗୌଡ଼, ଏନ.ଗୁରୁନାଥ ରେଡ୍ଡି ପ୍ରମୁଖ ଯୋଗ ଦେଇଥିଲେ । ଆଜିର ଉଦ୍‌ଘାଟନି ମ୍ୟାଚରେ ବ୍ରହ୍ମପୁରର ଏମଡିସିସି ସହ ବେଙ୍ଗଲ ଟାଇଗର ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ୟୁଥ କ୍ଲବର ସଭାପତି ଏଲ.ନାଗରାଜୁ ରେଡ୍ଡିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବାବେଳେ ସମସ୍ତ ସଭ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା