କ୍ରାନ୍ତି ଦିବସ ଉପଲକ୍ଷେ ଜୀବନ ବିନ୍ଦୁ ମୋ ପରିବାର ପକ୍ଷରୁ ସଂଗ୍ରାମୀ ପୁରୁଷ ସ୍ୱର୍ଗତ ଗୌର ଗୋପାଳ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ରକ୍ତ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଉପଲକ୍ଷେ ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ଓ କୋଟସାହି ଗ୍ରାମ ପଞ୍ଚାୟତ ଆନୁକୁଲ୍ୟରେ ସଂଗ୍ରାମୀ ନେତା ସ୍ୱର୍ଗତ ଗୌର ଗୋପାଳ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଶାଳ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜଳେଶ୍ଵର ବ୍ଲକ୍ ଉପାଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନ, ଜୀବନବିନ୍ଦୁ ମୋ ପରିବାର ବ୍ଲକ୍ ସଭାପତି ମଧୁସୂଦନ ସେନାପତି, ଯୁବ ବିଜେଡ଼ି ସଭାପତି କାଳି ଚରଣ ଦାସ, କୋଟସାହି ଗ୍ରାମ ପଞ୍ଚାୟତର ବିଜେଡ଼ି ସଭାପତି ବିଶ୍ଵନାଥ ଦାସ ମହାପାତ୍ର, ନାଏବ ସରପଞ୍ଚ ତପନ କୁମାର ବେହେରା, କୋଟସାହି କ୍ଷୀରୋଦ ପ୍ରସାଦ ନୋଡାଲ ଉ:ପ୍ରା: ବିଦ୍ୟାଳୟର ସହକାରୀ ଶିକ୍ଷକ ତପନ କୁମାର ସାହୁ, ବରିଷ୍ଠ ନେତା ରାଧାଷ୍ୟାମ ନାଥ, ଗୋପାଳ ଚନ୍ଦ୍ର ଦାସ ମହାପାତ୍ର, ୱାର୍ଡ଼ ସଭ୍ୟ ବିଶ୍ବମ୍ବର ନାଥ, ଭୂପେନ ଚନ୍ଦ୍ର ବେହେରା, ରଞ୍ଜନ କୁମାର ଦଳେଇ, ରାବଣ ଟୁଡୁ, ରଣଜିତ ପରିଡ଼ା, ଉଦ୍ୟୁତ୍ କୁମାର ଦାସ ମହାପାତ୍ର, ମହେଶ୍ୱର ବଡୁ, ନଗେନ୍ଦ୍ର ଜେନା, ଚନ୍ଦ୍ର ମୋହନ ହାଁସଦା, ବିଶ୍ୱଜିତ ପରିଡ଼ା, ଖଗେନ୍ଦ୍ର ପରିଡ଼ା, ଉମେଶ ଚନ୍ଦ୍ର ନନ୍ଦୀ, ଅନ୍ତର୍ଯ୍ୟାମୀ ନାଥ, ଗୌରହରୀ ନାଥ, ରବୀନ୍ଦ୍ର ବେହେରା, ପଞ୍ଚାନନ ନାଥ, ସ୍ଵୟଂ ସହାୟକ ଗୋଷ୍ଠୀର ଏମମ୍ୱିକେ ରିନାରାଣୀ ବେହେରା, ସିଆରପି ଆଶାଲତା ନନ୍ଦୀ, ଚାରୁବାଳା ଜେନା, ସୁବାସିନୀ ମହାନ୍ତି, ଲକ୍ଷ୍ମୀପ୍ରିୟା ଗିରି, ଆଶାଲତା ମହାନ୍ତି, ମଞ୍ଜୁଲତା ଦତ୍ତ ପ୍ରମୁଖ ବ୍ୟକ୍ତିମାନେ ଉପସ୍ଥିତ ହୋଇଥିଲେ । ଏହି ରକ୍ତଦାନ ଶିବିର କ୍ଷୀରୋଦ ପ୍ରସାଦ ନୋଡାଲ ଉପ୍ରା ବିଦ୍ୟାଳୟ ପରିସରରେ ହେବାର ସିଦ୍ଧାନ୍ତ ନିଆଗଲା । ଏଥିରେ ମାନ୍ୟବର ବିଧାୟକ ଅଶ୍ଵିନୀ କୁମାର ପାତ୍ର ଏହି ଶିବିରକୁ ଉଦ୍ଦଘାଟନ କରିବାର ସ୍ଵୀକୃତି ପ୍ରଦାନ କରିଛନ୍ତି ଏବଂ ଏହି ରକ୍ତଦାନ ଶିବିରରେ ଅଧିକରୁ ଅଧିକ ରକ୍ତଦାତା ସଂଗ୍ରହ ପାଇଁ ଆଜିର ବୈଠକରେ ସିଦ୍ଧାନ୍ତ ନିଆଯାଇଥିଲା ।

ରିପୋର୍ଟ : ଭୂପତି ପରିଡା