କୋଭିଡ଼ କେୟାର ସେଣ୍ଟର ଲୋକାର୍ପିତ ଖୁବ୍ ଶୀଘ୍ର : ପର୍ଯ୍ୟବେକ୍ଷଣ କଲେ ରାଜ୍ୟସରକାରଙ୍କ ଅତିରିକ୍ତ ସଚିବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଓ ଭୋଗରାଇ ଅଞ୍ଚଳରେ ଖୋଲା ଯାଉଥିବା କୋଭିଡ଼ ହେମ ସେଣ୍ଟରରୁ ଲକ୍ଷଣଯୁକ୍ତ ରୋଗୀଙ୍କୁ ଚିକିତ୍ସା ପାଇଁ ଜଳେଶ୍ୱର ଠାରେ ଏକ କୋଭିଡ଼ କେୟାର ସେଣ୍ଟର ଖୁବ୍‌ଶୀଘ୍ର ଲୋକାର୍ପିତ ହେବାକୁ ଯାଉଛି । ଆଜି ଘଟଣା ସଂପର୍କରେ ରାଜ୍ୟରେ କୋଭିଡ଼ ଦାୟିତ୍ୱରେ ଥିବା ତଥା ଅତିରିକ୍ତତ ଶାସନ ସଚିବ ମଧୁସୂଦନ ପାଢୀ ଜିଲାପାଳଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରି ଗ୍ରୀନ ସିଗ୍‌ନାଲ ଦେଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଜଳେଶ୍ୱର ବ୍ଲକରେ ଥିବା ୩୫ଟି ଓ ଭୋଗରାଇ ବ୍ଲକରେ ଥିବା ୫୦ଟି ପଞ୍ଚାୟତ ଗୁଡିକରେ ଖୋଲା ଯାଇଥିବା କୋଭିଡ଼ ହୋମ୍ ସେଣ୍ଟରରେ କୌଣସି ବ୍ୟକ୍ତିଙ୍କର କରୋନା ସଂପର୍କରେ ଲକ୍ଷଣ ପ୍ରକାଶ ପାଇଲେ ସେମାନଙ୍କୁ ଜଳେଶ୍ୱର ନିକଟ ଦୀନକୃଷ୍ଣ କଲେଜ ପରିସରରେ ଥିବା ନବନିର୍ମିତ ହଷ୍ଟେଲକୁ ସ୍ଥାନାନ୍ତର କରାଯିବ । ଏହି ହଷ୍ଟେଲକୁ କୋଭିଡ଼ କେୟାର୍ ସେଣ୍ଟର ଲାଗି ସମସ୍ତ ଅନୁକୂଳ ବାତାବରଣ ସୃଷ୍ଟି କରାଯାଇଛି । ୫୦ଜଣ କୋଭିଡ଼ ରୋଗୀଙ୍କର ଚିକିତ୍ସା କରାଯିବା ସଂପର୍କରେ ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ସୂଚନା ଦେଇଥିଲେ । ଅତିରିକ୍ତ ସଚିବ ମଧୁସୂଦନ ପାଢି ହଷ୍ଟେଲର ବିଭିନ୍ନ ସ୍ଥାନ ବୁଲି କେୟାର ସେଣ୍ଟା ଲାଗି କେତେଦୂର ଯୁକ୍ତିଯୁକ୍ତ ସେ ସଂପର୍କରେ ପର୍ଯ୍ୟ;ବକ୍ଷଣ ଓ ସମୀକ୍ଷା କରିଥିଲେ । ତାଙ୍କ ସହିତ ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ବିଡିଓ ଦିପ୍ତିରଂଜନ ସେଠୀ, ଏସ୍‌ଡିପିଓ ଅଂକିତା କୁମ୍ଭାର, କଲେଜ ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ରାଉତ, ବ୍ଲକର ସେକ୍‌ସନ ଅଫିସର ଅଧିର ପ୍ରମାଣିକ ଘଟଣାସ୍ଥଳ ବୁଲି ଦେଖିଥିଲେ । ଅତିଶୀଘ୍ର ଏଠାରେ ରୋଗୀ ଚିକିତ୍ସା ଚାଲିବ ବୋଲି ଶ୍ରୀ ପାଢୀ ସୂଚନା ଦେଇଥିବା ପ୍ରକାଶ ।

ରିପୋର୍ଟ : ଭୂପତି କୁମାର ପରିଡା