କୋଟସାହି ଗ୍ରାମ ପଞ୍ଚାୟତରେ ବିଜେଡି ଦଳ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ସହ ୧୨ଟି ୱାର୍ଡ଼ ସଭ୍ୟ/ସଭ୍ୟା ମନୋନୟନ ପତ୍ର କଲେ ଦାଖଲ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ର ଆଜି ହେଉଛି ମନୋନୟନ ପତ୍ର ଦାଖଲର ଦ୍ବିତୀୟ ଦିନ । ତଦନୁଯାୟୀ ଆଜି ଜଳେଶ୍ଵର ବ୍ଲକ ବିଭିନ୍ନ ଗ୍ରାମ ପଞ୍ଚାୟତ ରେ ବିଭିନ୍ନ ରାଜନୈତିକ ଦଳ ଚଳଚଞ୍ଚଳ ହେବା ଦେଖା ଦେଇଥିବା ନଜରକୁ ଆସିଛି । କୋଟସାହି ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ୧୨ ଜଣ ୱାର୍ଡ଼ ସଭ୍ୟ ସଭ୍ୟା ସହ ସରପଞ୍ଚ ପ୍ରାର୍ଥୀନୀ ମଞ୍ଜୁବାଳା ପ୍ରଧାନ ଏକ ସଙ୍ଗେ ମନୋନୟନ ପତ୍ର ଦାଖଲ କରିଛନ୍ତି । ପ୍ରକାଶ ଥାଉକି ଶ୍ରୀମତୀ ମଞ୍ଜୁବାଳା ପ୍ରଧାନ ଗତ ପାଞ୍ଚ ବର୍ଷ ଧରି ସରପଞ୍ଚ ଭାବେ କାର୍ଯ୍ୟ କରି ଆସୁଛନ୍ତି । ସେହିଭଳି ୱାର୍ଡ଼ ସଭ୍ୟ ସଭ୍ୟା ଭାବେ ସର୍ବଶ୍ରୀ ଗୋପାଳ ଚନ୍ଦ୍ର ବେହେରା, ତପନ କୁମାର ବେହେରା, ରବୀନ୍ଦ୍ର ଟୁଡୁ, ବରୁଣ କୁମାର ବେହେରା, ଶ୍ରୀମତୀ ମାମୀ ହାଁସଦା, ମାନସୀ ଜେନା, ପୁଷ୍ପାଞ୍ଜଳି ପାତ୍ର, ଝିଲ୍ଲିରାଣୀ ରାଉଳ, ନମିତା ଜେନା, ମମତା ଦଳାଇ, ତିଳୋତ୍ତମା ଜେନା ଓ ଅଞ୍ଜଳି ନାଥ ପ୍ରମୁଖ ୧୨ ଜଣ ସଭ୍ୟ ସଭ୍ୟା ମନୋନୟନ ପତ୍ର ଗ୍ରାମ ପଞ୍ଚାୟତ ନିର୍ବାଚନ ଅଧିକାରୀ ବ୍ରଜମୋହନ ପରିଡ଼ାଙ୍କୁ ପ୍ରଦାନ କରିଛନ୍ତି । ମନୋନୟନ ବେଳେ ବିଜେଡି ପଞ୍ଚାୟତ ସଭାପତି ବିଶ୍ଵନାଥ ଦାସ ମହାପାତ୍ର ଓ ଅନେକ ବିଜେଡ଼ି କର୍ମୀ ଏବଂ ନେତ୍ରୁ ସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା