କେ.ଆଇ.ବି. ଗୃପ୍ ‘ସେବା ସମ୍ମାନ’ରେ ସମ୍ମାନିତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଅଗ୍ରଣୀ ସାମାଜିକ ସଂଗଠନ କେ.ଆଇ.ବି. ଗୃପକୁ ଗତକାଲି ଚୌଦ୍ୱାର ଠାରେ ‘ୟୁଥ ଫର ସେବା’ ସମ୍ମାନରେ ସମ୍ମାନିତ କରାଯାଇଛି । ସାମାଜିକ ସେବା କ୍ଷେତ୍ରରେ ସେମାନଙ୍କର ନିସ୍ୱାର୍ଥପର ଏବଂ ନିରନ୍ତର ଅବଦାନ ପାଇଁ ଏହି ସମ୍ମାନ କେ.ଆଇ.ବି. ଗୃପ୍ ସାମାଜିକ ସଂଗଠନଙ୍କୁ ପ୍ରଦାନ କରାଯାଇଥିଲା । କେ.ଆଇ.ବି. ଗୃପ୍ ସମଗ୍ର ରାଜ୍ୟରେ ସକ୍ରିୟ ରହିବା ସହ ୫୦୦ରୁ ଉର୍ଦ୍ଧ୍ଵ ଅସହାୟ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ପ୍ରଦାନ କରିସାରିଛନ୍ତି । ଏହା ସହିତ ‘ଶିଶୁ ଶ୍ରମ ବିରୋଧୀ’ ଅଭିଯାନ ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ଯେପରି ବୃକ୍ଷରୋପଣ, କପଡା ବଣ୍ଟନ ଇତ୍ୟାଦି କାର୍ଯ୍ୟକ୍ରମ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ କେ.ଆଇ.ବି. ଗୃପ୍ ପଦ୍ମଶ୍ରୀ ଉତ୍ସବ ଚରଣ ଦାସ ଏବଂ ଯୁବ ନେତା ପ୍ରକାଶ ଚନ୍ଦ୍ର ବେହେରାଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ ।