କୃଷକ ସମ୍ମିଳନୀ ଅନୁଷ୍ଠିତ…

ଆସିକା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଆସିକା ନିକଟସ୍ଥ ମକୁନ୍ଦପୁର ସପ୍ନେଶ୍ୱର ମନ୍ଦିରରେ ବିଜେପି ପକ୍ଷରୁ ଏକ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ, ଗଜପତି ଓ କନ୍ଧମାଳର ବହୁ ନେତା ଯୋଗ ଦେଇଥିଲେ । କୃଷକଙ୍କ ଧାନମଣ୍ଡି ସମସ୍ୟା ଏବଂ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ବିଷୟରେ ଚାଷୀମାନଙ୍କୁ ସଚେତନତା ସୃଷ୍ଟି କରାଯିବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ପୂବର୍ତନ ମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ, ବିଜେପି ରାଜ୍ୟ ଉପ ସଭାପତି ଭୃଗୁ ବକ୍ସିପାତ୍ର, ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସୁଗୁଣାକର ରାଓ, ପୂବର୍ତନ ସାଂସଦ ଖାରବେଳ ସ୍ୱାଇଁ ଓ ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା