କୃଷକ ସମନ୍ନୟ ସମିତି ପକ୍ଷରୁ କୃଷକ ବିରୋଧୀ ଆଇନ ପ୍ରତ୍ୟାହାର ଦାବିରେ ବିକ୍ଷୋଭ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଅସହ୍ୟ ଶୀତ,ବର୍ଷା ଓ କୁହୁଡି ଭିତରେ ଆଜକୁ ୪୭ ଦିନ ଧରି ଲକ୍ଷ ଲକ୍ଷ କୃଷକ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି । ଏହି ୪୭ ଦିନ ଭିତରେ ୬୦ ଜଣ କୃଷକଙ୍କର ମୃତ୍ୟୁ ହୋଇ ସାରିଛି । ତିନୋଟି କୃଷକ ବିରୋଧୀ ଆଇନ ଏବଂ ୨୦୨୦ ବିଦ୍ୟୁତ ବିଲ୍ ପ୍ରତ୍ୟାହାର ପାଇଁ କୃଷକ ମାନେ ମୋଦି ସରକାରଙ୍କ ଠାରେ ଦାବି ରଖିଛନ୍ତି । ଚାଷୀ ଏକତାକୁ ଭାଙ୍ଗିବା ପାଇଁ ୮ ଥର ଆଲୋଚନା ହୋଇଥିଲେ ମଧ୍ୟ ସରକାର ଆଦାନୀ ଅମ୍ବାନୀ ଭଳି କର୍ପୋରେଟ୍ ମାନଙ୍କ ସପକ୍ଷରେ ରହିଛନ୍ତି । ଏଣୁ ତୁରନ୍ତ କୃଷକ ବିରୋଧୀ ଆଇନକୁ ପ୍ରତ୍ୟାହାର ପାଇଁ ତହସିଲଦାରଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି । ଏହା ବାଦ୍ ରାଜ୍ୟ ସରକାର ଚାଷୀଙ୍କର ଋଣ ଛାଡ କରିବା, ଧାନ କ୍ୱିଣ୍ଟାଲ୍ ଉପରେ ୧ ହଜାର ଟଙ୍କା ବୋନସ୍ ଦେବା, ଛୋଟ ଚାଷୀ ଓ ବେକାର ପିଲା ଯେଉଁ ଟ୍ରାକ୍ଟର ଚଳାଉଛନ୍ତି ତାଙ୍କ ଉପରେ ସ୍ଥାନୀୟ ପ୍ରଶାସନର ଜୁଲୁମ୍ ବନ୍ଦ୍ କରିବା । ଅମ୍ଫନ୍ ଓ ବୁଲ୍ ବୁଲ୍ ରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତି ପୂରଣ ଦେବା, ଧାନ କୁଇଣ୍ଟାଲ୍ ୩ ହଜାର ଟଙ୍କା କରିବା, ବିଦ୍ୟୁତ ଗ୍ରାହକଙ୍କୁ ସଠିକ୍ ବିଦ୍ୟୁତ ସେବା ଦେବା, ସରକାରୀ କ୍ରୟ କେନ୍ଦ୍ରରେ ଧାର୍ଯ୍ୟ ଦରରେ ଧାନ କିଣିବା, ସମସ୍ତ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ସହ ତାଙ୍କର ପ୍ରାପ୍ୟ ଦେବା ଦାବି ନେଇ ଜଳେଶ୍ଵର ଷ୍ଟେସନ ଠାରୁ ଶହ ଶହ ବିକ୍ଷୋଭକାରୀ ଟ୍ରାକ୍ଟର, ଲଙ୍ଗଳ, ବଳଦ, ପତାକା, ପ୍ଲାକାର୍ଡ ସହ ବିଭିନ୍ନ ସ୍ଲୋଗାନ ଦେଇ ଜଳେଶ୍ଵର ତହସିଲ ଅଫସରେ ବିକ୍ଷୋଭ ଓ ସମାବେଶ କରି ଦାବିପତ୍ରକୁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କୁ ତହସିଲଦାରଙ୍କ ଜରିଆରେ ପ୍ରଦାନ କରିଥିଲେ । ଆଜିର ବିକ୍ଷୋଭ ସମାବେଶରେ ସମ୍ମନୟ ସମିତିର ସଭାପତି ଦିଲ୍ଲୀପ କୁମାର ଗିରିଙ୍କ ସଭାପତିତ୍ବ କରିଥିଲାବେଳେ ସମ୍ପାଦକ ଦିପ୍ତିମାନ ଆଚାର୍ଯ୍ୟ, କ୍ଷେତ ମୁଲିଆ ନେତା ଶିଶିର ହୁଇ, କୃଷକ ସଭା ଜିଲ୍ଲା ସଂମ୍ପାଦକ ଶିତାଂଶୁ ସେନାପତି, ଜିତାଂଶୁ ନନ୍ଦୀ, ପଲ୍ଟୁ ଦାସ, ସରପଞ୍ଚ ଦିଲ୍ଲୀପ ପରିଡ଼ା, ରତନ ଦାସ, ରବିନ୍ଦ୍ର ବାରିକ, ଜୀବନ ପରିଡ଼ା, ଗଣତାନ୍ତ୍ରିକ ମହିଳା ସମିତିର ତାପସୀ ପ୍ରହରାଜ, ମମି ପଣ୍ଡା, ଜୟନ୍ତ ଘୋଷ, ମିଟୁ କୁଣ୍ଡ, ଅଜୟ ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ଆରତୀ ପଲାଇ, ସବିତା ଭୂୟାଁ, ସେକ୍ ଅବଦୁଲ ସାଦିକ୍, ଗଣେଶ ଭୂୟାଁ, ଜତିନ୍ ଜେନା, ଚୈତନ୍ୟ ଅଣ୍ଡିଆ, ଅସିମ୍ ବେହେରା, ଗଣେଶ ପାତ୍ର, ଭାଗବତ ପ୍ରଧାନ, ଚନ୍ଦନ ଶତପଥୀ, ମଦନ ମହାଲି, ପ୍ରବୃଦ୍ ବାରିକ, ଅରୁଣ ରାୟ, ରାଜକୁମାର ଆଚାର୍ଯ୍ୟ, ସୁଶାନ୍ତ କାମିଳା,  ପ୍ରକାଶ ଜେନା, କାହ୍ନୁଚରଣ ଗିରି, ଖୁକନ୍ ଜେନା, ହୃଷିକେଶ ଗିରି, ସେକ୍ ସିତାରୁଦ୍ଧିନ୍ ପ୍ରମୁଖ ବିକ୍ଷୋଭ ର ନେତୃତ୍ୱ ନେଇଥିଲେ l