କୃଷକ ବିରୋଧୀ ଆଇନ ପ୍ରତ୍ୟାହାର ଦାବିରେ ବିକ୍ଷୋଭ ଓ ସମାବେଶ…

ଜଳେଶ୍ୱର/ରେମୁଣା (ସମୃଦ୍ଧ ଓଡିଶା) ଅସହ୍ୟ ଶୀତ, ବର୍ଷା, କୁହୁଡି ଭିତରେ ଆଜକୁ ୪୮ ଦିନ ଧରି ଲକ୍ଷ ଲକ୍ଷ କୃଷକ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି । ଏହି ୪୮ ଦିନ ଭିତରେ ୬୦ ଜଣ କୃଷକଙ୍କର ମୃତ୍ୟୁ ହୋଇସାରିଛି । ତିନୋଟି କୃଷକ ବିରୋଧୀ ଆଇନ ଏବଂ ୨୦୨୦ ବିଦ୍ୟୁତ ବିଲ୍ ପ୍ରତ୍ୟାହାର ପାଇଁ କୃଷକ ମାନେ ମୋଦି ସରକାରଙ୍କ ଠାରେ ଦାବି ରଖିଛନ୍ତି । ଚାଷୀ ଏକତାକୁ ଭାଙ୍ଗିବା ପାଇଁ ୮ ଥର ଆଲୋଚନା ହୋଇଥିଲେ ମଧ୍ୟ ସରକାର ଆଦାନୀ ଅମ୍ବାନୀ ଭଳି କର୍ପୋରେଟ୍ ମାନଙ୍କ ସପକ୍ଷରେ ରହିଛନ୍ତି । ଏଣୁ ତୁରନ୍ତ କୃଷକ ବିରୋଧୀ ଆଇନକୁ ପ୍ରତ୍ୟାହାର ପାଇଁ ରେମୁଣା ବିଡ଼ିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି । ଏହା ବାଦ୍ ରାଜ୍ୟ ସରକାର ଚାଷୀଙ୍କର ରୃଣ ଛାଡ କରିବା, ଧାନ କୁଇଣ୍ଟାଲ୍ ଉପରେ ୧୦୦୦ ବୋନସ୍ ଦେବା, ଛୋଟ ଚାଷୀ ଓ ବେକାର ପିଲା ଯେଉଁ ଟ୍ରାକ୍ଟର ଚଳାଉଛନ୍ତି ତାଙ୍କ ଉପରେ ସ୍ଥାନୀୟ ପ୍ରଶାସନର ଜୁଲୁମ୍ ବନ୍ଦ୍ କରିବା । ଚାଷୀଙ୍କୁ ଧାନ କୁଇଣ୍ଟାଲ୍ ୩ ହଜାର ଟଙ୍କା କରିବା, ବିଦ୍ୟୁତ ଗ୍ରାହକଙ୍କୁ ସଠିକ୍ ବିଦ୍ୟୁତ ସେବା ଦେବା, ସରକାରୀ କ୍ରୟ କେନ୍ଦ୍ରରେ ଧାର୍ଯ୍ୟ ଦରରେ ଧାନ କିଣିବା ପ୍ରାପ୍ୟ ଦେବା ଦାବିନେଇ ରେମୁଣା ବଜ଼ାର ହତିଆଗଣ୍ଡ ଛକଠାରୁ ଶହ ଶହ ବିକ୍ଷୋଭକାରୀ ପତାକା, ପ୍ଲାକାର୍ଡ ସହ ବିଭିନ୍ନ ସ୍ଲୋଗାନ ଦେଇ  ବିକ୍ଷୋଭ ଓ ସମାବେଶ କରି ଦାବିପତ୍ର ରେମୁଣା ବିଡ଼ିଓଙ୍କ ଜରିଆରେ ପ୍ରଦାନ କରିଥିଲେ । ଆଜିର ବିକ୍ଷୋଭ ସମାବେଶରେ ସମ୍ମନୟ ସମିତିର ସଭାପତି ପ୍ରେମରଞ୍ଜନ ପାତ୍ରଙ୍କ ସଭାପତିତ୍ବ କରିଥିଲେ, କ୍ଷେତ ମୁଲିଆ ନେତା ଶିଶିର ହୁଇ, କୃଷକ ସଭା ରାଜ୍ୟ କମିଟି ସଭ୍ୟ ନିର୍ମଳ ନାୟକ,ଚାଷୀ ଏକତା ମଞ୍ଚ ନେତା ଅରୁଣ ଜେନା, ଚାଷୀମୂଲିଆ ନେତା ନିରଞ୍ଜନ ବେହେରା, ସତ୍ୟନାରାୟଣ ପାକଳ, ଷ୍ଟାଲିନ୍ ମିଶ୍ର, ପ୍ରତାପ ସେଠୀ, ନିଖିଳ ଓଡିଶା ଚାଷୀ ମୂଲିଆ ସଂଘର ବିକାଶ କୁମାର ଦାସ, ବିଧାନ ରାୟ,ପ୍ରଶନ୍ନ ଷଡ଼ଙ୍ଗୀ, ତାପସି ପ୍ରହରାଜ, ଯତିନ ପାତ୍ର, ବୈକୁଣ୍ଠ ସାହୁ, ସୁଦର୍ଶନ ବେହେରା, ଅକ୍ଷୟ ରଣା,ମଣ୍ଟୁ ନାୟକ, ପ୍ରତାପ ବାରିକ୍, ସିକନ୍ଦର ଖାଁ, କହ୍ନେଇ ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିବା ପରମା ପରିଡ଼ା, ସୁରେନ୍ଦ୍ର ଜେନା, ଭଗବାନ ମହାନ୍ତି, ଶରତ ଜେନା, ବାସନ୍ତୀ ବାରିକ୍, ହରେକୃଷ୍ଣ ବେହେରା, ପ୍ରଭାକର ଦଳେଇ, ସମ୍ଭୁନାଥ ଦଳେଇ ପ୍ରମୁଖ ବିକ୍ଷୋଭର ନେତୃତ୍ୱ ନେଇଥିଲେ ।