କୃଷକ ଆନ୍ଦୋଳନର ବର୍ଷ ପୂର୍ତ୍ତି ଉପଲକ୍ଷେ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଶୋଭାଯାତ୍ରା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନର ବର୍ଷ ପୂର୍ତ୍ତି ଉପଲକ୍ଷେ ସଂଯୁକ୍ତ କୃଷକ ମୋର୍ଚ୍ଚପକ୍ଷରୁ ଜଳେଶ୍ୱର ଷ୍ଟେସନ ଛକଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ଏକ ଶୋଭାଯାତ୍ରା ବଡବଜାର ଛକଠାରୁ ବାହାରି ଷ୍ଟେସନ ଛକଠାରେ ପହଞ୍ଚିବା ପରେ ଅନୁଷ୍ଠିତ ସଭାରେ ଦିଲ୍ଲିପ କୁମାର ଗିରି ସଭାପତିତ୍ୱ କରି ୩ଟି କୃଷି ବିରୋଧି ଆଇନ୍ ବାତିଲ କରିବା, ସବିନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରିବା, ୨୦୨୦ବିଦ୍ୟୁତ୍ ଆଇନ୍ ପ୍ରତ୍ୟାହାର ରିବା, ମୃତ ଚାଷୀଙ୍କୁ କ୍ଷତିପୂରଣ ଦେବା, ସମସ୍ତ ମୋର୍ଦ୍ଦମା ପ୍ରତ୍ୟାହାର କରିବା ଓ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବହିସ୍କାର କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିତାଂଶୁ ସେନାପତି, ଜିତାଂଶୁ ନନ୍ଦି, ରତନ ଦାସ, ଦିଲ୍ଲିପ ପରିଡା, ପଲ୍ଟୁ ଦାସ, ଜତିନ୍ ଜେନା, ସେକ୍ ଅବଦୁଲ ସିଦ୍ଦିକ, ଅବଦୁଲ ରହିମ୍‌, ରାଜିବ ପଣ୍ଡା, ମମି ପଣ୍ଡା, ସବିତା ଭୂୟାଁ, ଗଣେଶ ପାତ୍ର, ସେକ୍ ନଜିମୁଦ୍ଦିନ, ସେକ୍ ଜମିରୁଦ୍ଦିନ, ଜଗନ୍ନାଥ ପରିଡା, ସନାତନ ନନ୍ଦି, ରାଜେଶ ମହାନ୍ତି, ପୂର୍ଣ୍ଣ ସିଂ, ବରେନ୍ଦ୍ର ନନ୍ଦି, ସବିତା ସାହୁ, ମଦନ ମାହାଲି ପ୍ରମୁଖ ସାମିଲ ଥିଲେ ।

ରିପୋର୍ଟ : ଭୂପତି ପରିଡା