କୃପଣ ର ୨ ଟଙ୍କା

ରାଧେଶ୍ୟାମ ର ନାଁ ଶୁଣି ଗଲା ଅଇଲା ଲୋକ ନାକ ମୁହଁ ଆମ୍ବିଳା କାହିଁକି କରନ୍ତି ଏବେ ଏବେ ବଡ଼ ହେଲାରୁ
ଶଙ୍କର, ସାନିଆ, ମାନିଆ ବୁଝିଲେ। ଆଗରୁ କଥା ଟାକୁ ସେମାନେ ହସରେ ଉଡାଇ ଦେଉଥିଲେ। କାହିଁକି ଲୋକେ ଶୁଭ କାମରେ ଅନୁକୁଳ କରି ଗଲାବେଳେ ବୁଢ଼ାର ନାଁ ଧଇଲେ ଖାଇବାକୁ ମିଳିବନି କୁହନ୍ତି ବୁଝିଲେ। ତଥାପି ଏକ ସଂସ୍କାରିଆ ମନୋବୃତ୍ତି ନେଇ, ତିନିହେଁ ଅଣ୍ଟା ଭିଡ଼ିଲେ। ତାର କୃପଣ ପ୍ରକୃତି କୁ ଟିକେ ବଦଳାଇ ବାକୁ ଯାଇ ଦିନେ ତିନି ହେଁ ମିଳି କହିଲେ ରାଧା ମଉସା ନାମକୁ ଏଡ଼େ ସୁନ୍ଦର ନାଁ ଟାକୁ ପାଇଛ।ଦିନେ କାଳେ ରାଧାମାଧବ କି ଗୋପୀନାଥ ଏମିତି କି କାଳିଆ ମୁହଁ ବି ତ ଚାହିଁଲନି । ଚାଲୁନା ଟିକେ ପୁରୀ ଆଡେ ବୁଲି ଆସିବ।ଜଗା କୁ ମନ ଲଗାଇ ମନ କଥା କହିବି, ଦୁଃଖ ଶୁଣାଇ ଆସିବ ।ରାଧେ ସଳଖି ଉଠି କହିଲା ପୁଅ ମୁଁ ତ ନିଇତି ଜଗା କୁ ଏଉଠୁ ଦେଖୁଛି ।ଡାକୁଛି ।କାହିଁକି କହନି ବାପା ଗୁଡାଏ ଅର୍ଥ ସେ ନେଇ ସେ କାଳିଆ ନାଁ ରେ ଶ୍ରାଦ୍ଧ କରିବି କହିଲୁ। ଜଗା ତ ହେଁ ମୋ ଆଖିରେ, ହୃଦୟରେ।ତାଙ୍କୁ ଦେଖିବାକୁ ଏତେ ବାଟ ଯିବା କଅଣ ଦରକାର କହନି।ନା ବୁଢାକୁ ଏମିତିରେ ତୀର୍ଥ ନେଇ ହେବନି।କହିଲେ ମଉସା ଏଥିରେ ପଇସା ଦରକାର ନାହିଁ ।ମାଗଣା। ଆମେ ତମକୁ ପୋଲାରେ ନେବାକୁ ଆଇଛୁ ପରା ।ବୁଢା ମାଗଣା ଶୁଣି କହିଲା ହଉ ଏତେକରି କହୁଛ ଯେବେ ଯିବା ,ତୋ ମାଉସୀ କୁ ବି ମୁଁ କହେ ।ବୁଢା ପହଞ୍ଚିଲା ପୁରୀ ଶ୍ରୀକ୍ଷେତ୍ର ।ସମସ୍ତେ ଜୁହାର ହେବାକୁ ଗରୁଡ଼ସ୍ତମ୍ଭ ଆଡକୁ ଯିବା ବେଳେ ବୁଢ଼ା ଆଖିରେ ପଡ଼ିଲା ହେଁ ବଡ଼ ଥାଳି ।ଛାଁ ଛାଁ ପଇସା ଦେଇ ଲୋକ ମୁଣ୍ଡିଆ ମାରୁଛନ୍ତି। ବୁଢ଼ୀ ଆଗେଇ ଯାଉଥିଲା ।ବୁଢା ପଛକୁ ଟାଣି ଧଇଲା , ହେଇଟି ସେ ଆଡକୁ ଯାଆନା ।ଦେଖୁନୁ ସେଇଠି ପରା ସବୁ ଟଙ୍କା ଦେଇ ଜୁହାର ହେଉଛନ୍ତି। ଆମକୁ ସେଥିରୁ କଅଣ ମିଳିବ କହିଲୁ। ଶଙ୍କର ତ ମୂଳରୁ ନଜର ରଖିଛି। କହିଲା ମଉସା ଯାଉନା ସେ ଆଡିକି ଜୁହାର ହୋଇ ଆସିବ। ବୁଢା କହିଲା ନାଇରେ ବାପ ଆମେ ଦିଟା ବୁଢ଼ାବୁଢ଼ୀ। ଏତେ ଭିଡକୁ, ନାଇଁ ବାପ ତମେ ଯାଅ ,ମୁଁ ଏଉଠୁ ଅଳିଗି ହେଇ ସାଇଲିଣି।ଜଗନ୍ନାଥ ବି ଦେଖୁଥିଲେ ବୁଢ଼ାର କଞ୍ଜୁସି। ମନେ ମନେ ହସିଲେ କହିଲେ ଦେଖରେ ମାଗଣା ପୁରୀ ଆଇଲା। ଦି ଟଙ୍କା ବୁଢ଼ାଠୁ ଖସୁନାହିଁ ଦକ୍ଷିଣା ଥାଳ ରେ।ଶଙ୍କର କଣ୍ଠରେ କୁହାଇଲେ ।ମଉସା ଚାଲ ନରେନ୍ଦ୍ର ପୋଖରୀ ରେ ବୁଡ଼ଟେ ମାରି ଆସିବ । ବୁଢା ଗଲା। ନରେନ୍ଦ୍ର ରେ ବୁଡ ଟା ଯେମିତି ପକେଇ ଉଠିଛି ଏଡିକି ବକଟେ ନାକୁ ବ୍ରାହ୍ମଣ ପୁଅ ଆସି କହିଲା ମଉସା ପୋଖରୀରେ ବୁଡ ମାଇଲ ।ଦଶ ଟଙ୍କା ଦିଅ।ବୁଢ଼ାର ଅକାଳ ଗୁଡୁମ।କହିଲା ବାପ ଆଗରୁ କହିଲୁନି , ମୁଁ ବୁଡ଼ ପକେଇ ନ ଥାନ୍ତି ।ମୋଠେଇଁ କଅଣ ଦଶ ଟଙ୍କା ଅଛି। ହଉ ମଉସା ଗାଧୋଇ ସାରିଲଣି ଯେବେ ଦଶ ନ ହେଲେ ନାହିଁ ଦୁଇ ଟଙ୍କା ହେଲେ ଦିଅନ୍ତୁ। ମାଗଣା ରେ ନରେନ୍ଦ୍ର ପୋଖରୀ ବୁଡ଼ କିଛି ଫଳ ନାହିଁ। ଏବେ ନାହିଁ ଯଦି ପରେ କେତେବେଳେ ଆସିଲେ ଦେଇ ଦେବ। ହଁ ହଁ ରେ ବାପ।କହି ବୁଢା ତର ତର ହୋଇ ଗାଡି ଆଡେ ମୁହାଇଁଲା । ମନେ ମନେ ଭାବିଲା ମୁଁ ଆଉ ଆସିବି ଯେ ପୁଅ ନେବୁ । ଆଉ ଏ ଦୁଇ ଟଙ୍କା ପାଇଁ ଏ କୋଉ ଆମ ଗାଁ କୁ ଯିବ ।ଏଇଠୁ ତ ଆମ ଗାଁ ଗୁଡାଏ ବାଟ ।ଏତେ ଭଡା କରି ଇଏ କୋଉ ଯିବ ନା ମୋଠୁ ପାଇବ।ଏମିତି ଗଡି ଗଲା କିଛି ମାସ। ବୁଢା ମନରୁ ପୋଛି ଗଲାଣି ଦୁଇ ଟଙ୍କାର ଚିନ୍ତା। ଜଗନ୍ନାଥ ଆସିଲେ ସେଇ ବାଳକ ଟେ ହୋଇ। ବୁଢା କୁ କହିଲେ ମଉସା ମୋର ସେ ଦୁଇ ଟଙ୍କା ଦିଅ। ବୁଢା କିଛି ମନେ ନ ପଡିବା ଅଭିନୟ କରି କହିଲା କୋଉ ଦୁଇ ଟଙ୍କା କି ପୁଅ। ବାଳକ ଟି କହିଲା ସେଇ ସେଇ ପୁରୀ, ନରେନ୍ଦ୍ର ପୋଖରୀ ସ୍ନାନ, ଗାଧୁଆ ପାଉଣା ।ଓହଃ।ପୁଅ ଏବେତ ନାହିଁ ଆଉ କିଚ୍ଛି ଦିନ ପରେ ଆସିବୁ।ଯୋଗାଡ଼ କରି ରଖିଥିବି। ନେଇ ଯିବୁ।ଯାଃ ଯାଃ କେତେ ବାଟରୁ ଆଇଛୁ। ଯା ଵାପ ଚାଲି ଯା କେତେ କୋଶ ବାଟରୁ ସେଇ ଦୁଇ ଟଙ୍କା ପାଇଁ ଆସିଛୁ। ସନ୍ଧ୍ୟା ହୋଇଯିବ ବାପ ଯା ଆଉଥରକୁ ଦେଇଦେବି। ବୁଢା ଭାବିଲା ସତକୁ ସତ ଏ ବାଳକ ଦୁଇ ଟଙ୍କା ପାଇଁ ଆସିବ ନା ନେବ। ଏଇ ଭିତରେ ସେ ବାଳକକୁ ଦି’ଚାରି ଥର କିଛି ନା କିଛି ବାହାନା କରି ଫେରେଇ ସାରିଲାଣି। ତେଣେ ଜଗନ୍ନାଥ ନ ଛୋଡବନ୍ଧା । କୃପଣ ହାତରୁ ନେବେ ଦୁଇ ଟଙ୍କା ।ବୁଢା ଦେଖିଲା କିଛି ଗୋଟାଏ କରିବାକୁ ପଡିବ ।ନହେଲେ ଏ ଟୋକା ତାକୁ ଛାଡିବନି । ବୁଢ଼ୀ କାନମୂଳେ ଫିସ ଫିସ କରି କରି କହିଲା ଦେଖ ଆଉଥରେ ସେ ଟୋକାକୁ ଆସିବା ଦେଖିଲେ ମୁଁ ଶୋଇଯିବି ।ତୁ ମୋ ଉପରେ ଗୋଟିଏ ଧଳାଲୁଗା ଢାଙ୍କି କାନ୍ଦିବା ଆରମ୍ଭ କରିବୁ। ସେତକ ତୁ କର। ବଳେ ବଳେ ସେ ଟୋକା ଫେରି ଯିବନି।ବୁଢ଼ୀ କହିଲା ଏ ମାଁ ତୁମେ ବଞ୍ଚି ଥାଉଁ ଥାଉଁ ,ପାଟିରେ ଲୁଗା ଜାକିଲା। ବୁଢା କହିଲା ତୋର ଏତେ ଚିନ୍ତା କିଆଁ। ମୁଁ ତ କହୁଛି ।ମୁଁ କୋଉ ସତରେ ମରି ଯାଉଛି।ଖାଲି ସେ ଦୁଇ ଟଙ୍କା ପାଇଁ ଏତେ ଅଭିନୟ ନା।ସତ କୁ ସତ ଯେମିତି ସେ ଟୋକାକୁ ଦେଖିଛି ଆରମ୍ଭ ହୋଇଗଲା ଅଭିନୟ। ବ୍ରାହ୍ମଣ ଟୋକା କହିଲା ଆହା ମଉସା ଚାଲିଗଲେ ।ମୁଁ ଆସିଥିଲି ମୋର ବକେୟା ଦୁଇ ଟଙ୍କା ନେବାକୁ ।ବୁଢ଼ୀ ତ ଡକାପାରି କାନ୍ଦୁଥାଏ।କହିଲା ପୁଅ ରେ ଆଉ ତୋ ମଉସା ଅଛନ୍ତି ଯେ ନେବୁ। କି କରିବୁ ବାପ ମୋଠି ଥିଲେ ବି ଦେଇ ଦେଇଥାନ୍ତି। ଆଉ କାହିଁକି ଠିଆ ହେଲୁ ପୁଅ ଯାଃ ଯାଃ।ଆମକୁ କ୍ରିୟାକର୍ମ ଯୋଗାଡ଼ କରିବାକୁ ପଡିବ। ବୁଢା ଶୋଇ ଶୋଇ ଭାବୁଥାଏ ବୁଢ଼ୀ ତ ବଢ଼ିଆ ରୋଲ କରୁଛି।ବାଃ ଜଗନ୍ନାଥ ଦେଖିଲେ ନା ବୁଢାକୁ ପାରି ହେବନି।କହିଲେ ମାଉସୀ ଏତେ ଥର ଆଇଲିଣି ଯେତେବେଳେ ମଉସାଙ୍କ ଠି ଗୋଟେ ମାୟା ଆସିଗଲାଣି।ତମର ତ କେହି ନାହିଁ। ମଉସା ଙ୍କୁ ଯୁଇ ରେ ନ ଜାଳି ମୁଁ କେମିତି ଚାଲିଯିବି କୁହନି।ବୁଢା କହିଲା ଏ ବାବା ଏଇଲେ ତ ଅନର୍ଥ ହୋଇଯିବ। ତଥାପି ଦୁଇ ଟଙ୍କା ନ ଦେବା ପାଇଁ ସେମିତି ପଡିଥାଏ । ଯୁଇ ଯିବା ଯାଏ ଥିର ହୋଇ। କାଠ ସଜା ହେଲା। ହେଇ ଏଇଲା ସେ ଟୋକା ମୁଖାଗ୍ନି ଦେବ । ସହି ପାରିଲେନି ଜଗନ୍ନାଥ ।ବୁଢା କାନ ପାଖକୁ ମୁହଁ ଟି ଝୁଂକାଇ ଆଣି କହିଲେ ଏ ରାଧେଶ୍ୟାମ ଉଠ। ମୁଁ ଜାଣେ ତୋର ସେଇ ଦୁଇ ଟଙ୍କା ପାଇଁ ଏତେ ଆୟୋଜନ ।ମୋର ଦରକାର ନାହିଁରେ ସେ ଦୁଇ ଟଙ୍କା।। ମୁଁ ଯାଉଛି। ତୁ ଉଠ। ବୁଢା ଝାଡ଼ିଝୁଡ଼ି ଉଠି ପଡ଼ିଲା ।ଆଉ କହୁନା ; ସେଇ କଥାଟା ।ଯା’ ଯା’ ବାପ ! ମୁଁ ଯାଉଛି ଘରକୁ।

 ତପସ୍ୱିନୀ ଦାଶ
 ବୁଢ଼ୀଖମାରି ଶାସନ
 ଭଂଜପୁର
 ବାରିପଦା -୨