କୁଲାଡ଼ ଏଟିଏମ ଭାଙ୍ଗି ବିଫଳ ହେଲେ ଦୁର୍ବୃତ୍ତ : ପୋଲିସର ତଦନ୍ତ ଜାରି…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଗତକାଲି ରାତିରେ ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ପ୍ରେଟ୍ରୋଲ ପମ୍ଫ ପରିସରରେ ଥିବା ଭାରତୀୟ ଟେଷ୍ଟ ବ୍ୟାଙ୍କ ଏଟିଏମରୁ ଲୁଟ କରିବା ଉଦ୍ୟମରେ କେହି ଦୁର୍ବୃତ୍ତ ତାହାକୁ ଭାଙ୍ଗି ଚେଷ୍ଟା କରି ବିଫଳ ହୋଇଥିବା ଜଣାପଡିଛି । ଆଜି ସକାଳେ ଏ ନେଇ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ମଧ୍ୟାହ୍ନରେ ବ୍ରହ୍ମପୁର ସାଇଣ୍ଟିଫିକ ଟିମ ପହଂଚି ଘଟଣାରେ ତଦନ୍ତ ଆରମ୍ଭ କରି ଫେରିଛନ୍ତି । ଅପରପକ୍ଷରେ ବ୍ୟାଙ୍କ ମ୍ୟାନେଜର ସୁରେଶ କୁମାର ପୃଷ୍ଟି ଏ ନେଇ ଥାନାରେ ଏକ ଏତଲା ଦେବା ସହ ପୋଲିସ ୪୬୩/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

ରିପୋର୍ଟ : ନିଲୁ ବିଷୋୟୀ