କୁକୁଡାଖଣ୍ଡିରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କୁକୁଡାଖଣ୍ଡିରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତିନି ଦିନିଆ ଗଂଜାମ ଗସ୍ତରେ ଆସି ଆଙ୍କୁଶପୁର ପଞ୍ଚାୟତର ରତ୍ନପୁର ଗ୍ରାମରେ ମୋ ଗାଁ ମୋ ବିକାଶରେ ନିର୍ମିତ ଗୋଷ୍ଟି କେନ୍ଦ୍ର ଗୃହ, ଆଙ୍କୁଶପୁର ସ୍ଥିତ ଗୋଷ୍ଟି କେନ୍ଦ୍ର, ପାଠାଗାର ସହ ଆଙ୍କୁଶପୁର ଏବଂ ରାଇଝୋଳରେ ନିର୍ମାଣ ହେବାକୁ ଥିବା କଲ୍ୟାଣ ମଣ୍ଡପରେ ଶୁଭ ଦେଇଥିଲେ । ତାପରେ କୁକୁଡାଖଣ୍ଡିରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏବଂ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା ଆଠ ଗୋଟି ସରକାର ଅନୁଦାନ ପ୍ରାପ୍ତ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ସୁବାଷ ମହାରଣା, କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ କମାକ୍ଷା ପ୍ରସାଦ ପାତ୍ର, ରାଜ୍ୟ ଯୁଗ୍ମ ସମ୍ପାଦକ କୈଳାଶ ରଣା, ବରିଷ୍ଠ ବିଜେଡ଼ି ନେତା ଜାତୀନ୍ଦ୍ର ପାତ୍ର, ସୁଧୀର ରାଉତ, ଦିଗପାହଣ୍ଡି ଉପାଧକ୍ଷ ପ୍ରତିନିଧି ଏମ୍.ନିରଞ୍ଜନ ରେଡ୍ଡୀ, ଗୋଷ୍ଟି ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ସହକାରୀ ଯନ୍ତ୍ରୀ ସୁଜିତ କୁମାର ଟହଲ, କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଏବଂ କୈଳାଶ ପାତ୍ର, ଉପାଧ୍ୟକ୍ଷା ଲକ୍ଷ୍ମୀ ପ୍ରିୟା ସାହୁ, କୁକୁଡାଖଣ୍ଡି ସରପଞ୍ଚ ଅଦଲ ଚେନେୟା, ଆଙ୍କୁଶପୁର ସରପଞ୍ଚ ସୀତା ରାଉଳ, ଡେଙ୍ଗାପଦର ସରପଞ୍ଚ ସିତରାମ ସାହୁ, ହୁଗୁଲାପଟା ସରପଞ୍ଚ ପ୍ରଦୀପ ମଲାଣ, ଜଗଦଲପୁର ସରପଞ୍ଚ ହାଡୁ ବେହେରା, ବାଘଲାଟି ସାରଥି ଗୋୖଡ, ଲୋଚାପଡା ସରପଞ୍ଚ ମିନତୀ ବେହେରା, ଗୁରୁଣ୍ଠି ସରପଞ୍ଚ ମିନତୀ ପାତ୍ର, ବୁରୀଗା ସରପଞ୍ଚ ବସନ୍ତ ସାହୁ, ବଳିପଡା ସରପଞ୍ଚ ଉମା ଶଙ୍କର ସାମଲ, ରୋହିଗାଁ ସରପଞ୍ଚ ପ୍ରତିନିଧି ବଶିଷ୍ଠ ଜେନା, କୁକୁଡାଖଣ୍ଡି ବ୍ଲକ ବିଜେଡି ସଭାପତି ସନ୍ତୋଷ ଚୌଧୁରୀ, ମହୁଡା ସରପଞ୍ଚ ସଞ୍ଜୟ ସାହୁ, ମସିଆଖାଲି ସମିତି ସଭ୍ୟ ନରସହିଙ୍ଘ ସାହୁ ସାଂସଦ ପ୍ରତିନିଧି ରଘୁ ପାତ୍ର, ବିଧାୟକ ପ୍ରତିନିଧି ହିମାଂଶୁ ପାଢ଼ୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା