କୁକୁଡ଼ାଖଣ୍ଡି ସେବା ସମବାୟ ସମିତିର ସଭାପତି ହେଲେ ଶିବରାମ…

ଗଞ୍ଜାମ ଜିଲ୍ଲାର ବହୁ ପୁରାତନ କୁକୁଡ଼ାଖଣ୍ଡି ସେବା ସମବାୟ ସମିତିର ସଭାପତି ନିର୍ବାଚନ ଅନୁଷ୍ଟିତ ହୋଇଯାଇଛି । ୧୪ଜଣ ପ୍ରାର୍ଥୀ ନିର୍ଦ୍ଦେଶକଙ୍କ ସମର୍ଥନରେ ସମାଜସେବୀ ଶିବରାମ ପାତ୍ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଧାର୍ଯ୍ୟ ସମୟ ମଧ୍ୟରେ କେବଳ ଗୋଟିଏ ନାମାଙ୍କନ ପତ୍ର ଦାଖଲ ହୋଇଥିବାରୁ ନିର୍ବାଚନ ଅଧିକାରୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ ଶ୍ରୀ ପାତ୍ରଙ୍କୁ ସଭାପତି ଭାବେ ବିଜୟୀ ଘୋଷଣା କରିଥିଲେ । ଏହାକୁ ବିଜୁ ଜନତା ଦଳର ବିଜୟ ବୋଲି ପୂର୍ବତନ ବିଡ଼ିଏ ଅଧକ୍ଷ ତଥା ଉକ୍ତ ସମବାୟ ସମିତିର ପୂର୍ବତନ ସଭାପତି କୈଳାସ ରଣା ମତ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କୁକୁଡ଼ାଖଣ୍ଡି ବ୍ଲକ୍ ଅଧକ୍ଷ କାମାକ୍ଷା ପ୍ରାସାଦ ପାତ୍ର, ବରିଷ୍ଟ ସମବାୟବିତ ସୁଧିର ରାଉତ, ଜିଲ୍ଲା ଭିନ୍ନକ୍ଷମ ନେତା କେ. ମଣିବାବୁ, ଜିଲ୍ଲା ପରିଷଦ ସଭ୍ୟା ଶିବାନୀ ସେଠୀ, ସ୍ଥାନୀୟ ସରପଞ୍ଚ ବନ୍ଦନା ସେଠୀ, ସମିତି ସଭ୍ୟ ଅଶୋକ ଦାସ, ବ୍ଲକ ବିଜେଡ଼ି ସଭାପତି ସନ୍ତୋଷ କୁମାର ଚୌଧୁରୀ, ପୂର୍ବତନ ସଭାପତି ଏ.ଚିନ୍ତାମଣି, ସାକା ସୁଜିତ୍, ବାଘଲଟି ସମିତି ସଭ୍ୟ ସାରଥୀ ଗୌଡ, ଅଶୋକ ଦାସ, ସମବାୟବିତ ସନାତନ ସଂଗ୍ରାମ ସିଂ, ଅଜୟ କୁମାର ମହାରଣା, ନିର୍ଦ୍ଦେଶକ ଭବାନୀ ଶଙ୍କର ବିଶ୍ଵାଳ, ଡି଼.ଗଣପତି, ପି. ସୁବାସ, ଏସ.ଲାଛିଆମ୍ମା, କେ. ରାଜେନ୍ଦ୍ର ରେଡ୍ଡୀ, ଗୋବିନ୍ଦ ଦାସ, ଜି.ବିଶ୍ଵନାଥ, ଟି. ରଘୁ ପ୍ରାସାଦ ପାତ୍ର, ପାଣ୍ଡିଆଝୁଲି ସେବା ସମବାୟ ସମିତି ସଭାପତି ବୃନ୍ଦାବନ ଖଟେଇ, ସରପଞ୍ଚ ଚିତ୍ତରଞ୍ଜନ ବିଷୋୟୀ, ଅଦଲ ଚେନେୟା, ବରିଷ୍ଠ ବିଜେଡି ନେତା ପୂର୍ଣ୍ଣ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା