କୁକୁଡ଼ାଖଣ୍ଡି ବ୍ଲକ ପକ୍ଷରୁ ସଚେତନତା ରାଲି…

କୁକୁଡ଼ାଖଣ୍ଡି (ସମୃଦ୍ଧ ଓଡିଶା) କୁକୁଡ଼ାଖଣ୍ଡି ବ୍ଲକ ପକ୍ଷରୁ କୋଭିଡ ସପ୍ତାହ ପାଳନ ପ୍ରତ୍ୟେକ ଦିନ ଶପଥ ପାଠ ଓ ସଚେତନ ବାର୍ତ୍ତା ପ୍ରଦାନ କରାଯାଉଥିବା ବେଳେ ଆଜି ଅନ୍ତିମ ଦିବସରେ କୁକୁଡ଼ାଖଣ୍ଡି ବ୍ଲକ ବିଡିଓ ଗଦାଧର ପାତ୍ରଙ୍କ ତତ୍ବାବଧାନରେ ମହାମାରୀ କରୋନାକୁ ଓଡିଶା ତଥା କୁକୁଡ଼ାଖଣ୍ଡି ବ୍ଳକ ଅଞ୍ଚଳରୁ ସମ୍ପୂର୍ଣ ମୂଳପୋଛ କରିବା ପାଇଁ ନିଷ୍ପତି ନିଆଯାଇଛି । ଏହି ଅବସରରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ, ସ୍ୱାସ୍ଥ୍ୟ କର୍ମୀ, ଏଏନ୍ଏମ୍, ଅଙ୍ଗନବାଡି କର୍ମୀ, ୱାର୍ଡ ଅଫିସର, ସ୍ୱଚ୍ଛ ସାଥି, କୋଭିଡ ମନିଟର, ମହିଳା ସ୍ୱୟଂ ସହାୟକ ଗୋଷ୍ଠି ସମେତ ବହୁ ସମାଜସେବୀ ଶପଥ ପାଠ କରିବା ସହିତ ସାମାଜିକ ଦୂରତ୍ୱ ଓ କୋଭିଡ କଟକଣାକୁ ପାଥେୟ କରି ବିଭିନ୍ନ ସ୍ଲୋଗାନ ଲେଖାଥିବା ପ୍ଲାକାର୍ଡ ଧରି ବ୍ଲକ କାର୍ଯ୍ୟାଳୟରୁ ବାହାରି ସ୍ଥାନୀୟ ଅଞ୍ଚଳ ପରିକ୍ରମା କରି କରୋନା ହାରିବ କୁକୁଡ଼ାଖଣ୍ଡି ବ୍ଲକ ବଞ୍ଚିବ, କରୋନା ହାରିବ ଆମେ ଜିତିବା, ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ, ସର୍ବ ସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ, ସାବୂନରେ ଭଲ ଭାବେ ହାତ ଧୁଅନ୍ତୁ ଏପରି ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରାଇଥିଲେ । ବର୍ଷା ସତ୍ୱେ ବହୁ କର୍ମୀ କୁକୁଡ଼ାଖଣ୍ଡି ବ୍ଲକରୁ ବାହାରି ବିଭିନ୍ନ ସାହି ଓ ଗଳି କନ୍ଦି ବୁଲିବା ସହ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହି ଅବସରରେ ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ସ୍ଥାନୀୟ ତହସିଲଦାର ଇପ୍ସିତା ପ୍ରିୟ ଦର୍ଶିନୀ ମିଶ୍ର, ବିଇଓ ଏସ୍.ଗିରିଧାରୀ, ସରପଞ୍ଚ ଅଦଲ ଚେନେୟାଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା