କାଶ, ସର୍ଦ୍ଦି, ଜ୍ୱର ରୋଗୀଙ୍କର ଏଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଳକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଏଣିକି ଜ୍ୱର, କାଶ, ସର୍ଦ୍ଦି ପିଡିତ ହେ କୌଣସି ବ୍ୟକ୍ତି ସିଏଚ୍‌ସିକୁ ଚିକିତ୍ସା ପାଇଁ ଗଲେ ଏଣ୍ଟିଜେନ୍ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଫଳରେ କରୋନା ଚିହ୍ନଟରେ ଅଧିକ ସହାୟକ ହେବା ନିଶ୍ଚିତ ହୋଇଛି । କିନ୍ତୁ ଜଳେଶ୍ୱରସ୍ଥିତ ଜିକେଭଟ୍ଟରରେ ଏହା ହେଉନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଜଳେଶ୍ୱର ଅଂଚଳରେ ୧୨ଜଣ କରୋନା ଯୋଦ୍ଧା ଚିହ୍ନଟ ହୋଇଥିବାରୁ ଏବଂ ଏଥିରେ ପୋଲିସ୍ ଅଧିକ ଥିବାରୁ ଆଜି ଥାନା ପରିସର ସାନିଟାଇଜ୍ କରାଯାଇଥିବା ଜଣାଯାଇଛି । ଜଳେଶ୍ୱର ବ୍ଲକରେ ଥିବା ହାତୀଗଡ ସିଏଚ୍‌ସି ସହିତ ଜିଲାର ସମସ୍ତ ସିଏଚ୍‌ସିକୁ ରୋଗୀ ଚିକିତ୍ସା ପାଇଁ ଗଲେ ଏବଂ ସେମାନଙ୍କଠାରେ ଜ୍ୱର, କାଶ, ସର୍ଦ୍ଦି ପରିଲକ୍ଷିତ ହେଲେ ଏଣ୍ଟିଜେନ୍ ପରୀକ୍ଷା ଲାନ୍‌ଲାଗି ଜିଲା କର୍ତ୍ତୃପକ୍ଷ ସ୍ଥିର କରିଛି । କିନ୍ତୁ ଏହି ସୁବିଧା ଜିକେ ଭଟ୍ଟର ହସ୍‌ପିଟାଲରେ ଉପଲବ୍ଧ ନ ଥବାରୁ ବହୁ ସଚେତନ ନାଗରିକ ନାପସନ୍ଦ କରୁଛନ୍ତି । ଅଦ୍ୟାବଧି ଜଳେଶ୍ୱର ଅଂଚଳରେ ୧୮୨ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ଗତ ମଙ୍ଗଳବାର ସୁଦ୍ଧା ୧୨ଜଣ କରୋନା ଯୋଦ୍ଧା ରହିଥିବାର କୁହାଯାଇଛି । ଏଥିରେ ୫ଜଣ ପୋଲିସ୍‌, ୨ ଅଙ୍ଗନୱାଡି କର୍ମୀ, ୨ ଆଶା କର୍ମୀ, ଜଣେ ଡାକ୍ତର, ଜଣେ ଷ୍ଟଫ ନର୍ସ ଓ ଅତ୍ୟ ଜଣେ ଏଏନ୍‌ଏମ୍ ବୋଲି ଜଣାଯାଇଛି । ଏହି ବ୍ଲକରେ ଥିବା କୋଭିଦ୍ କେୟାର ସେଣ୍ଟରରେ ୪୭ଜଣ ଲକ୍ଷଣଯୁକ୍ତ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ଆଜି ୯ଜଣ ସୁସ୍ଥ ହୋଇ ଫେରିଥିବା ଜଣାଯାଇଛି । ଥାନା ପରିସରୁ ପୋଲିସ୍‌ଙ୍କ ଠାରେ କରୋନା ପଜେଟିଭ୍ ଦେଖାଦେବାକୁ ଜଳେଶ୍ୱର ପରିସରକୁ ସାନିଟାଇଜ୍ କରାଯାଇଛି ।