କାଶିମପୁର ଗ୍ରାମରେ ଚନ୍ଦନ ଉତ୍ସବ ଓ ଆତସବାଜି କାର୍ଯ୍ୟକ୍ରମକୁ ଉଦଘାଟନ କଲେ ଜଳେଶ୍ଵର ବିଡିଓ ଅଶ୍ଵିନୀ କୁମାର ଦାସ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚନ୍ଦନ ଉତ୍ସବ ପାଳିତ ହେଉଥିବା ବେଳେ କୋଟସାହି ଗ୍ରାମ ପଞ୍ଚାୟତ ଅଧୀନ କାଶିମପୁର (ଅମାଇଁଚଣ୍ଡୀ) ଗାଁ ରେ ଏକ ନିଆରା ଢଙ୍ଗରେ ଚନ୍ଦନ ଉତ୍ସବ ଗ୍ରମାର ଚଣ୍ଡୀମନ୍ଦିର, ଶିବ ମନ୍ଦିର ଓ ବିଦ୍ୟାଳୟ ସମ୍ମୁଖରେ ଥିବା ଏକ ପୋଖରୀରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ଜଳେଶ୍ଵର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ଵନି କୁମାର ଦାସ ଓ ଜଳେଶ୍ଵର ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ତଥା ସଂଗ୍ରାମୀ ନେତା ବ୍ରଜମୋହନ ପ୍ରଧାନ ମିଳିତ ଭାବେ ଉଦଘାଟନ କରିବା ପରେ ପରେ ଚନ୍ଦନ ଉତ୍ସବ କମିଟି ଦ୍ୱାରା ଆୟୋଜିତ ବହୁ ସୁସଜ୍ଜିତ ରଙ୍ଗ ବେରଙ୍ଗର ଆତସବାଜି ରେ ପ୍ରାୟ ଦୁଇ ଘଣ୍ଟା ଧରି ଉପସ୍ଥିତ ହଜାର ହଜାର ସଂଖ୍ୟାର ଦର୍ଶକମାନଙ୍କୁ ଆକୃଷ୍ଟ କରିଥିଲା । ଏହି ଉତ୍ସବର ଆୟୋଜିତ ସଭାରେ ମୁଖ୍ୟ ଅତିଥି ବିଡିଓ ଅଶ୍ଵିନୀ କୁମାର ଦାସଙ୍କୁ ଉପଢୌକନ ଓ ପୂଷ୍ପଗୋଛ ଦେଇ କମିଟି ଦ୍ଵାରା ସମ୍ମାନୀତ କରାଯାଇଥିଲା । ସମ୍ମାନୀତ ଅତିଥି ବ୍ରଜ ମୋହନ ପ୍ରଧାନ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଜଳେଶ୍ଵର ବିଡିଓ ଅଶ୍ଵନି କୁମାର ଦାସ ଉପସ୍ଥିତ ରହି ଚନ୍ଦନ ଉତ୍ସବର ପରିଚାଳନା କମିଟି ଦ୍ଵାରା ଆୟୋଜିତ ଆତସବାଜି ଗୁଡ଼ିକ ବେଶ ସମସ୍ତଙ୍କ ମନକୁ ଆକର୍ଷିତ କରିଛି ବୋଲି କହିଥିଲେ ଓ କୋଟସାହି ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଥା ସର୍ବାଙ୍ଗିନ ଉନ୍ନତି ପାଇଁ ମୁଁ ଜଳେଶ୍ଵର ବ୍ଲକରେ ବିଡିଓ ଥିବା ପର୍ଯ୍ୟନ୍ତ ସଦାସର୍ବଦା ଚେଷ୍ଟିତ ରହିବି ବୋଲି କହିଥିଲେ, ଅନ୍ୟତମ ସମ୍ମାନୀତ ଅତିଥି ଭାବେ କୋଟସାହି ପଞ୍ଚାୟତର ସରପଞ୍ଚ ମଞ୍ଜୁବାଳା ପ୍ରଧାନ, ବିଶିଷ୍ଟ ସମାଜସେବୀ ବିଶ୍ଵନାଥ ଦାସ ମହାପାତ୍ର, ସାମ୍ବାଦିକ ଭୂପତି ପରିଡ଼ା, ଅଭିଭକ୍ତ ରାୟାଁ ରାମଚନ୍ଦ୍ରପୁର ପଞ୍ଚାୟତର ସମାଜସେବୀ ସପନ କୁମାର ଦାସ, ଜଳେଶ୍ଵର ବ୍ଲକରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ସହଯୋଗ କରି ଆସୁଥିବା ଯୁବନେତା କାଳୀଚରଣ ଦାସ, ଅଶ୍ୱିନୀ କୁମାର କର, ସମାଜସେବୀ ଉତ୍ତମ କୁମାର ଦାସ ମହାପାତ୍ର, କାଶିମପୁର ଗ୍ରାମର ଗ୍ରାମ୍ୟମୂଖ୍ୟ କୁଶଧ୍ୱଜ ପାତ୍ର, ଶଚିନ୍ଦ୍ର ନାଥ ସାହୁ ପ୍ରମୁଖ ଅତିଥି ମାନେ ମଞ୍ଚାସିନ ହୋଇ ଚନ୍ଦନ ଉତ୍ସବ କମିଟିର ସମସ୍ତ ଯୁବଗୋଷ୍ଠୀ, ଗ୍ରାମବାସୀ ଓ ମୂଖ୍ୟ ପରିଚାଳକ ବ୍ରଜ ମୋହନ ପ୍ରଧାନଙ୍କୁ ପ୍ରଶଂସା କରିଥିଲେ  ଏବଂ ଏଭଳି କାର୍ଯ୍ୟକ୍ରମ ସବୁଦିନ ପାଇଁ ଚାଲୁ ରଖିବାକୁ କହିଥିଲେ ଏବଂ କମିଟି ଦ୍ଵାରା ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୋଛ ଦେଇ ସଭାରେ ସମ୍ବର୍ଦ୍ଧିତ କରା ଯାଇଥିଲା । ଚନ୍ଦନ ଉତ୍ସବ କମିଟିର ସଭାପତି ଗୋପିକୃଷ୍ଣ ସାହୁ, ସମ୍ପାଦକ ଚିନ୍ମୟ କୁମାର ମହାନ୍ତି ଓ ସଭ୍ୟ କିଶୋର ଚନ୍ଦ୍ର ସାହୁ, ଅଶୋକ କୁମାର ସାହୁ, ଚନ୍ଦନ କୁମାର ପ୍ରଧାନ, ତପନ କୁମାର ପ୍ରଧାନ, ପ୍ରବୀନ କୁମାର ପ୍ରଧାନ, ପ୍ରଶାନ୍ତ ସାହୁ ଏବଂ ଜିତୁ ସାହୁ ପ୍ରମୁଖ କମିଟିର ସମସ୍ତ ସଦସ୍ୟ ମାନେ ଆତସବାଜି ଓ ବାଲେଶ୍ୱର ଅଞ୍ଚଳର  ସୁନ୍ଦର ଏବଂ ରୋଚକ ମେଲୋଡି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଶାନ୍ତି ଶୃଙ୍ଖଳା ରଖିଥିଲେ । 

ରିପୋର୍ଟ : ଭୂପତି ପରିଡା