କାର ସହ ଗଞ୍ଜେଇ ଜବତ : ଜଣେ ଗିରଫ…

ଭଞ୍ଜନଗର / ସୋରଡା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ପୋଲିସ ଆଜି ଅସୁରବନ୍ଧ ନିକଟସ୍ଥ ଦାନ୍ତୀଲିଙ୍ଗୀ ଛକଠାରେ ବ୍ଲକିଙ୍ଗ କରି ଗାଡି ଗୁଡିକୁ ଚେକିଂ କରୁଥିବା ସମୟରେ ଏକ ସ୍ୱିଫ୍ଟ କାରରେ ଗଞ୍ଜେଇ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା । ପୋଲିସ ଗାଡିଟିକୁ ଅଟକ ରଖି ସେଥିରୁ ୪୭କେଜି ୫୦୦ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥି ସହିତ ସହ କାର ଟିକୁ ମଧ୍ୟ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ପଞ୍ଚତିରିଷୀ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛି କଳାହାଣ୍ଡି ଜିଲ୍ଲାର ଶେଷଦେବ ମାଲି(୨୬) । ସେ ବାଲିଗୁଡାରୁ ଭୁବନେଶ୍ୱରକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ ସୂଚନା ଦେଇଛନ୍ତି ଆସ୍କା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ । ଏ ନେଇ କେସ ନମ୍ବର ୨୬୯/୨୦ ରେ ଏକ ମାମଲା ରୁଜୁ କରାଯାଇଛି ।