କାର ଧକ୍କାରେ ଦୁଇ ଗୁରୁତର ଜଣେ ମୃତ…

ସାନଖେମୁଣ୍ଡି  (ସମୃଦ୍ଧ ଓଡିଶା) ଆଜି ଅପରାହ୍ଣରେ ଦିଗପହଣ୍ଡି ଆସିକା ମୁଖ୍ୟ ରାସ୍ତା ଚୁଡୁଙ୍ଗପୁର ପାଖରେ ଏକ କାର ଧକ୍କାରେ ଜଣେ ମୃତ ୨ ଆହତ ହୋଇଥିବା ଜଣାପଡିଛି । ସୂଚନା ଯେ ମୃତକଙ୍କ ପରିଚୟ ଅରୁଣ ପ୍ରଧାନ । ସେ ଜଣେ ଶିକ୍ଷକ ଥିଲେ । ସେ ଉସ୍ତା ଜଗନ୍ନାଥପୁର ଗାଁର ବାସିନ୍ଦା । ତାଙ୍କ ଗାଁ ଉସ୍ତା ଜଗନ୍ନାଥପୁରରୁ ସେ ବାଇକରେ ଦିଗପହଣ୍ଡି ଆସୁଥିଲେ । ସେହି ସମୟରେ ବଡ଼ଜୋର୍‌ ଆସୁଥିବା ଏକ କାର୍‌ ପ୍ରଥମେ ରାସ୍ତା କଡ଼ରେ ଥିବା ଗଛକୁ ଧକ୍କା ଦେଇ ତାଙ୍କ ବାଇକତୁ ଧକ୍କା ଦେଇଥିଲା । ଯାହା ଫଳରେ ଅରୁଣ ପ୍ରଧାନ ତାଙ୍କ ଝିଅ ଓ ଭାଣୀଜି ରାସ୍ତା ଉପରେ କଚାଡି ପଡିଥିଲେ । ଆମ୍ବୁଲାନ୍ସରେ ଗୁରୁତର ତିନି  ଜଣଙ୍କୁ ଦିଗପହଣ୍ଡି ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଶିକ୍ଷକ ଅରୁଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସେଠାରୁ ତାଙ୍କ ଝିଅ ଅଙ୍କିତା ଓ ଭାଣିଜୀ ନିବେଦିତାଙ୍କୁ ଗୁରୁତର ଭାବେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏ ନେଇ ଘଟଣା ସ୍ଥଳରେ ଦିଗପହଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା