କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କଲେ ଫାର୍ମାସିଷ୍ଟ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜିଠୁ ରାଜ୍ୟରେ ସମସ୍ତ ଫାର୍ମାସିଷ୍ଟ ରାଜ୍ୟ ସରକାର ଫାର୍ମାସିଷ୍ଟଙ୍କ ପ୍ରତି ଉଦାସୀନତା ମନୋଭାବ ପ୍ରଦର୍ଶନ କରୁଥିବାରୁ ଏହାର ପ୍ରତିବାଦରେ କଳାବ୍ୟାଜ୍ ପରିଧାନ କରି କାର୍ଯ୍ୟ କରିଛନ୍ତି । ଏହାସତ୍ତ୍ୱେ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କଲେ ଆସନ୍ତା ୨୦ ତାରିଖଠୁ କେବଳ ଔଷଧ ବିତରଣ କାର୍ଯ୍ୟ ଛଡା ଅନ୍ୟ କୌଣସି କାମରେ ଫାର୍ମାସିଷ୍ଟ୍ ମାନେ ସହଯୋଗ କରିବେ ନାହିଁ ବୋଲି ଓଡିଶା ଫାର୍ମାସିଷ୍ଟ ସେବା ସଂଘ ପକ୍ଷରୁ ସୂଚନା ମିଲିଛି । ସଂଘର ସାମୂହିକ ସଦସ୍ୟମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି କାର୍ଯ୍ୟବନ୍ଦ ଭଳି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ପ୍ରସ୍ତାବକୁ ବିଚାରକୁ ନିଆଯାଇଛି । ଓଡିଶା ଫାର୍ମାସିଷ୍ଟ ସେବା ରାଜ୍ୟ ସଂଘର ଡାକରା କ୍ରମେ ଗଞ୍ଜାମ ଜିଲ୍ଲାର ନିର୍ଦ୍ଦେଶକ୍ରମେ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଫାମାସିଷ୍ଟ ତଥା ସଂଘର ରାଜ୍ୟ ସଭାପତି ନବୀନ କୁମାର ମହାପାତ୍ର, ଗଞ୍ଜାମ ଜିଲ୍ଲା ଉପସଭାପତି ନୋକେଶ ପାତ୍ର ଓ ସୁଧାକର ପାଣିଗ୍ରାହୀ ପ୍ରମୁଖ ଆଜିଠୁ କଳା ବ୍ୟାଜ୍ ପିନ୍ଧି କାର୍ଯ୍ୟ କରୁଥିବା ଜଣାଯାଇଛି ।