କଳାକାର ସଂଘର ବାଲେଶ୍ୱର ପକ୍ଷରୁ ବରିଷ୍ଠ କଳାକାର ବିୟୋଗରେ ଶୋକସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହରର ନନ୍ଦିକାଠାରେ ନନ୍ଦିକେଶ୍ୱର ମନ୍ଦିର ସମ୍ମୁଖରେ କଳାକାର ସଂଘ ବାଲେଶ୍ୱର ପକ୍ଷରୁ ବରିଷ୍ଠ କଳାକାର କାର୍ତ୍ତିକଚନ୍ଦ୍ର ଗିରିଙ୍କ ବିୟୋଗରେ ଏକ ଶୋକ ସଭା ସଂଗଠନର ସାସ୍କୃତିକ ସଂପାଦକ ରାଧାକୃଷ୍ଣ ଗିରିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସେହି ଗାଁର ସ୍ୱର୍ଗତ ଶ୍ରୀପତି ଗିରିଙ୍କ ମଧ୍ୟମ ପୁତ୍ର କାର୍ତ୍ତକ ଚନ୍ଦ୍ର ଗିରି ବିଭିନ୍ନ ଯାତ୍ରାପାର୍ଟିରେ ନିକ୍ଷୁଣଭାବେ ଅଭିନୟ କରି ଯେଉଁ ଲୋକପ୍ରିୟତା ଅର୍ଜନ କରିଥିଲେ ସେ ସଂପର୍କରେ ବକ୍ତାମାନେ ମତପ୍ରକାଶ କରିଥିଲେ । ୭୫ବର୍ଷ ବୟସରେ ସେ ପରଲୋକ ଗମନ କରିଥିଲେ ମଧ୍ୟ ମୃତ୍ୟୁ ପୂର୍ବରୁ ବିଭିନ୍ନ ଅଂଚଳରେ କୀର୍ତ୍ତନ ଗାୟକ, ବାଦକ ରୂପେ ସେ ଦର୍ଶକମାନଙ୍କର ମନ କିଣି ପାରିଛନ୍ତି ବୋଲି ଶୋକ ସଭାରେ ଉପସ୍ଥିତ ଥିବା ସଂପାଦକ ପ୍ରଫୁଲ୍ଲ କୁମାର ଘୋଷ, ସନ୍ତୋଷ କୁମାର ଭଂଜ, ସମ୍ବୁନାଥ ବେହେରା, ତପନ ମିଶ୍ର, ରାଧାନାଥ ପାତ୍ର, ନଗେନ୍ଦ୍ର ପାତ୍ର, ରାମଚନ୍ଦ୍ର ବିଶ୍ୱାଳ, ସରୋଜ କୁମାର ପରିଡା, ନିତ୍ୟାନନ୍ଦ ପାତ୍ର, ରବିନ୍ଦ୍ର ନାଥ ଭଂଜ, ଅଂଜନ କୁମାର ପାତ୍ର, ଜଗନ୍ନାଥ ପରିଡା, ତିଲକ ଦତ୍ତ, ସତ୍ୟନାରାୟଣ ଚନ୍ଦ, ମୁକ୍ତରାମ ପାତ୍ର, ସତ୍ୟ ଗୋପାଳ ପାତ୍ର ପ୍ରମୁଖ କଳାକାର ଓ ସମାଜସେବୀ ଯୋଗ ଦେଇ ସ୍କୃତିଚାରଣ କରି ୧ମିନିଟ୍ ନିରବ ପ୍ରାର୍ଥନ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା