କର୍ତ୍ତବ୍ୟନିଷ୍ଠ ଓ ଆଦର୍ଶଗୁରୁଙ୍କ ପରଲୋକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକର ଜଣେ ଅବସରପ୍ରାପ୍ତ, କର୍ତ୍ତବ୍ୟନିଷ୍ଠ, ଛାତ୍ରବତ୍ସଳ ତଥା ଆଦର୍ଶ ଗୁରୁ ଭାବେ ପରିଚିତ ସୃଷ୍ଟିଧର ଭଞ୍ଜ ଆଜି ୧୧ଟା ୧୯ରେ ୯୪ ବର୍ଷ ବୟସରେ ନିଜ ଗାଁ ନନ୍ଦିକାରେ ପରଲୋକ ଘଟିଛି । ସ୍ୱାଧିନତାର ସ୍ୱାଦ ଚାଖିଥିବା ଗୁରୁ ଶ୍ରୀ ଭଞ୍ଜ ୧୯୪୮ ମସିହାରେ ବିଜ୍ଞାପିତ ପରିଷଦର ଅଲାଲପୁର ପ୍ରଥମିକ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ । ପରେ ଭୋଗରାଇର ବାଜିତ୍‌ପୁର, ଜଳେଶ୍ୱରର ମହୁଲିଆ, ଗୋବର୍ଦ୍ଧନପୁର ଠାରେ ଶିକ୍ଷକତା କରି ଜଣେ ଆଦର୍ଶ ଶିକ୍ଷକଭାବେ ସବୁଠି ସୁନାମ ବଜାଇ ରଖିଥିଲେ । ୧୯୮୯ ମସିହାରେ ଶିକ୍ଷକତାରୁ ଅବସର ନେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଜଣେ ଶିକ୍ଷାବିତ୍‌, ଶିକ୍ଷକ, ସମାଜସେବି, ସଂଗଠକ, କର୍ତ୍ତବ୍ୟନିଷ୍ଠ ମଣିଷଭାବେ ସମୟ ଅତିବାହିତ କରିଛନ୍ତି । ଆଜି ତାଙ୍କର ମୃତ୍ୟୁବେଳେ ୪ ପୁଅ ଭାଗବତ, ଜଗନ୍ନାଥ, ରଘୁନାଥ, ଦିନନାଥ, ଝିଅ ଜ୍ୟୋସ୍ନା, ଗିତା, ସସ୍ମିତା, ସଂଧ୍ୟା, ପରିବାରବର୍ଗ ଉପସ୍ଥିତ ଥିଲେ । ବଡପୁଅ ଭାଗବତ ଗାଁ ଶ୍ମଶାସନରେ ମୁଖାଗ୍ନି ଦେଇଥିବା ବେଳେ ନନ୍ଦିକା ଗାଁର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଶେଷ ଦର୍ଶନ କରି ଶୋକସନ୍ତପ୍ତ ପରିବାରକୁ ଶାନ୍ତ୍ୱାନା ପ୍ରଦାନ କରିଥିଲେ ।

ରିପୋର୍ଟ : ଭୂପତି ପରିଡା