କରୋନା ସହାୟତା ପାଇଁ ହେଲ୍‌ପଲାଇନ୍ ନମ୍ବର ଜାରି କଲା ବିଜେପି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ କରୋନା ସହାୟତା ନିମନ୍ତେ ଭାରତୀୟ ଜନତା ପାର୍ଟି ଦୁଇଟି ହେଲ୍ପଲାଇନ ନମ୍ବର ଜାରି କରିଛି । କରୋନା ମହାମାରୀ ବିପତ୍ତି ବେଳେ ବିଜେପି ଗଞ୍ଜାମ ଜିଲ୍ଲା “ସହାୟ” ତରଫରୁ ଅକ୍ସିଜେନ୍‌, ଆମ୍ବୁଲାନସ, ସବସତ୍କାର, ଡ଼ାକ୍ତରୀ ପରାମର୍ଶ, ଔଷଧ, ରକ୍ତ, ମାସ୍କ ଏବଂ ବରିଷ୍ଠ ଆକ୍ରାନ୍ତଙ୍କୁ ଭୋଜନ ଆଦି ନିଶୁଳ୍କ ସେବା ପାଇଁ ଦୁଇଟି ହେଲ୍‌ପଲାଇନ୍ ନମ୍ବର ଯଥା ୭୩୨୭୮୫୪୯୯୫ ଏବଂ ୭୩୨୭୯୫୪୯୯୫କୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଜାରି କରିଛନ୍ତି । ଗଞ୍ଜାମ ଜିଲ୍ଲା ତଥା ମଣ୍ଡଳସ୍ତରୀୟ କୋଭିଡ ମୋ ବୁଥ୍ କରୋନା ମୁକ୍ତ କାର୍ଯ୍ୟ କରିବା ସହ ଯୁବମୋର୍ଚ୍ଚା ତଥା ସହାୟ ସ୍ୱେଚ୍ଛାସେବୀମାନଙ୍କୁ ଅଭିଜ୍ଞ ବିଶେଷଜ୍ଞଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯାଇଛି । ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସାଙ୍ଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଛି । ଯଦିଓ ବ୍ୟାପକ ଟେଷ୍ଟିଂ ଅଭାବରୁ ସଂଖ୍ୟା ଜଣାପଡ଼ୁନାହିଁ । ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟଭିତ୍ତିଭୂମି ଭରଷାଯୋଗ୍ୟ ନଥିବା ଯୋଗୁଁ ବାଧ୍ୟ ହୋଇ ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌କୁ ଆସୁଥିବା କାରଣରୁ କାଜୁଆଲିଟିରେ ଅସମ୍ଭବ ଭିଡ଼ ହେଉଛି । ଏଣୁ ବ୍ୟାପକ ଟେଷ୍ଟିଂ ସାଙ୍ଗକୁ କାଜୁଆଲଟିରୁ ରୋଗୀଙ୍କୁ ତୁରନ୍ତ ସ୍ଥାନାନ୍ତର ଏବଂ ଅବାଧରେ କୋଭିଡ଼୍ ହସ୍‌ପିଟାଲ୍ ଚିକିତ୍ସା ମିଳିବାରେ ଅତ୍ୟାବଶ୍ୟକ ହୋଇପଡ଼ିଛି । ବ୍ରହ୍ମପୁର ସିଟି ହସ୍ପିଟାଲ, ଛତ୍ରପୁର, ଚିକିଟି, ଦିଗପହଣ୍ଡି, ଭଂଜନଗର, ଆସିକା, ହିଞ୍ଜିଳି, ସୋରଡ଼ା, ଖଲିକୋଟଠାରେ ଆଇସିୟୁ ବେଡ଼୍ ଥିବା କୋଭିଡ଼୍ ହସ୍ପିଟାଲ ଖୋଲିବା ଜରୁରୀ ହୋଇପଡ଼ିଛି । ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା, ଡ. ସୁବାଷ ଚନ୍ଦ୍ର ସାହୁ, ହେଲ୍‌ଥ ସେଲ୍ ସଭାପତି ରାଜୀବ କୁମାର ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁଚରଣ ପତି, ମନୋରଞ୍ଜନ ଦ୍ୟାନସାମନ୍ତରା, ପ୍ରଶାନ୍ତ କୁମାର କର, ମହନ୍ତ ଚିନ୍ମୟାନନ୍ଦ ଦାସ, ସିଦ୍ଧାନ୍ତ ଗଙ୍ଗଦେବ, ପ୍ରଭାତ କିରଣ ଷଡ଼ଙ୍ଗୀ, ବାଳକୃଷ୍ଣ ସାମନ୍ତରା, ଶିବ ପ୍ରସାଦ ପାତ୍ର, ଶିବ ଅଧିକାରୀ, ଏନ. ରାଜେନ୍ଦ୍ର କୁମାର, କିରନ କୁମାର ସାହୁ, କମଲ ପାତ୍ର, ଏଲ.ମୋହନ ଦାସ, ଜଗମୋହନ ପାତ୍ର, ଜଗଦୀଶ ପ୍ରଧାନ ପ୍ରମୁଖ ବହୁ ସ୍ୱେଚ୍ଛାସେବୀ କରୋନା ସେବାରେ ନିୟୋଜିତ ଅଛନ୍ତି । ବ୍ୟାପକ ଟୀକାକରଣ ଏବଂ କରୋନା ମୁକାବିଲା ପାଇଁ ବିଜେପି ଗଞ୍ଜାମ ଜିଲ୍ଲା ବିଜେପି ସମସ୍ତ ସହଯୋଗ କରିବା ସହ ଜନସାଧାରଣଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇ ଦେବା ବୋଲି କୁହାଯାଇଥିବା ବିଜେପି ସଭାପତି ଶ୍ରୀ ଜେନା ଜଣାଇଛନ୍ତି ।