କରୋନା ସଂକ୍ରମଣ ବଢ଼ିବା ଆଶଙ୍କା କରି ଆଗୁଆ ପଦକ୍ଷେପ ଗ୍ରହଣ କଲେ ଜିଲ୍ଲାପାଳ…

ବ୍ରହ୍ମପୁର (ସମୃଦ୍ଧ ଓଡ଼ିଶା) ଜିଲ୍ଲାରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ବଢ଼ିବା ଆଶଙ୍କା କରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି । ସେ ସ୍ୱାସ୍ଥ୍ୟ ବିଭାଗ ACS ପ୍ରଦୀପ୍ତ ମହାପାତ୍ରଙ୍କୁ ଚିଠି ଲେଖି ଗଞ୍ଜାମ ଜିଲ୍ଲାରେ ଡେଡିକେଟେଡ୍‌ କୋଭିଡ୍‌ ହେଲ୍‌ଥ ସେଣ୍ଟର (DCHC)କୁ କାର୍ଯ୍ୟକ୍ଷମ କରିବା ପାଇଁ ଚିଠିରେ ଅନୁରୋଧ କରିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ୪ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ମୋଟ୍‌ ୨୫୦ ଶଯ୍ୟାର ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖି କରିଛନ୍ତି । ଏସିଏସ୍‌ଙ୍କୁ ଲେଖିଥିବା ଚିଠିରେ “ବ୍ରହ୍ମପୁର ସିଟି ହସ୍ପିଟାଲରେ ୧୦୦ ବେଡ୍‌, ହିଞ୍ଜିଳିକାଟୁ ଏସ୍‌ଡିଏଚ୍‌ ନିଉ ବିଲ୍ଡିଂରେ ୫୦ ଶଯ୍ୟା, ଆସିକା ବାବନପୁର ସ୍ଥିତ ଲେପ୍ରୋସୀ ହସ୍ପିଟାଲ ବିଲ୍ଡିଂରେ ୫୦ ଶଯ୍ୟା ଓ  ଭଞ୍ଜନଗରରେ ୫୦ ଶଯ୍ୟା କରାଯାଉ ବୋଲି ଜିଲ୍ଲା ଲେଖିଛନ୍ତି ।” ସେପଟେ ବ୍ରହ୍ମପୁରରେ ୨ଟି ହସ୍ପିଟାଲରେ ୫୦ ଶଯ୍ୟା ବିଶିଷ୍ଟ ଡେଡିକେଟେଡ୍‌ କୋଭିଡ୍‌ ହେଲ୍‌ଥ ସେଣ୍ଟର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବ୍ରହ୍ମପୁରର ନିଉ ଓ ଆଣ୍ଡ ଜି କମ୍ପ୍ଲେକ୍ସ ବିଲ୍ଡିଂ ସିଟି ହସ୍ପିଟାଲ ହେଲା ଡେଡିକେଟେଡ୍‌ କୋଭିଡ୍‌ ହେଲ୍‌ଥ ସେଣ୍ଟର । ସେହିପରି ବ୍ରହ୍ମପୁର ବିଜୁ ହୋମିଓପାଥି ମେଡିକାଲ କଲେଜ ବାଳିକା ହଷ୍ଟେଲ ହେଲା ଡେଡିକେଟେଡ୍‌ କୋଭିଡ୍‌ ହେଲ୍‌ଥ ସେଣ୍ଟର । ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୨୨୦୧୨ ଜଣ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୨୪୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧୭୧୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ୪୨ ଜଣ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ବୋଲି ଜଣାଯାଇଛି ।