କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲାର ଏକାଧିକ ଗାଁରେ କରୋନାର ଦ୍ଵିତୀୟ ଲହିର ଗୋଷ୍ଠୀ ସଂକ୍ରମଣ ରୂପ ନେଲାଣି । ଏହାକୁ ନେଇ ଏବେ ପ୍ରଶାସନ ଚିନ୍ତାରେ ପଡ଼ିଛି । ଦୈନିକ ଟେଷ୍ଟି, ଟ୍ରାକିଂ ସବୁ ଚାଲୁଥିବା ସତ୍ତ୍ୱେ ବି ପଜିଟିଭ କମିବା ବଦଳରେ ବଢ଼ି ବଢ଼ି ଚାଲିଛି । ଗୋଟିଏ ଗୋଟିଏ ଗାଁକୁ କରୋନା କବଳିତ କରିଦେଉଛି । ଏହାକୁ ନେଇ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହେଉଛି । ସେହିପରି ଜିଲ୍ଲାର ପୌରପାଳିକା ଅଞ୍ଚଳ ମଧ୍ୟ ପଛ ଘୁଞ୍ଚା ଦେବାରେ ନାମ ଧରୁନି । ବିଗତ ଦୁଇ ଦିନ ମଧ୍ୟରେ ଦେଉଳ ସାହି ରେ ପ୍ରାୟ ୨୮ରୁ ଉର୍ଦ୍ଧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମଣ ଚେନକୁ ଛିଣ୍ଡିବା ପାଇଁ ଆଜି ପୌର ଅଧିକାରୀ ଅତନୁ କୁମାର ସାମନ୍ତଙ୍କ ନିର୍ଦ୍ଦେଶନାରେ ସାତ ଦିନ ପାଇଁ (୦୧-୦୭ /୦୬/୨୦୨୧) କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ପୌର ଅଧିକାରୀଙ୍କ କହିବା ଅନୁସାରେ ଏହି ସାତ ଦିନ ମଧ୍ୟରେ ଆକ୍ରାନ୍ତ ଅଞ୍ଚଳର ସ୍ୱାସ୍ଥ୍ୟ, ପାନୀୟ ଓ ଖାଦ୍ୟ ଉପରେ ବିଶେଷ ଭାବେ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।