କରୋନା ଭାଇରସରେ ୨୬୩ ଆତଙ୍କିତ ଭାରତୀୟଙ୍କୁ ଇଟାଲିରୁ ଫେରାଇ ଅଣାଗଲା…

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ଚୀନରୁ ଉତ୍ପନ ହୋଇଥିବା କରୋନା ଭାଇରସ ଇଟାଲିକୁ ସଂକ୍ରମିତ ହେବା ପରେ ବହୁ ସଂଖ୍ୟାରେ ଭାରତୀୟମାନେ ଆତଙ୍କିତ ହୋଇ ରହି ଥିଲେ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମାନଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ଚିନ୍ତିତ ଥିଲେ । ଆଜି କିଛି ଭାରତୀୟଙ୍କୁ ନିଜ ଦେଶକୁ ଫେରାଇ ଅଣାଯାଇଛି । ଇଟାଲୀରେ ଫଶିଥିବା ଏହି ୨୬୩ ଭାରତୀୟ ଆଜି ଭାରତ ଫେରିଛନ୍ତି। କେନ୍ଦ୍ର ସରକାରଙ୍କ ସହଯୋଗ କ୍ରମେ ଏୟାର ଇଣ୍ଡିଆ ବିମାନ ଯୋଗେ ଆଜି ଏହି ସମସ୍ତ ଭାରତୀୟ ଫେରିଛନ୍ତି । ଶନିବାର ଇଟାଲୀର ରାଜଧାନୀ ରୋମ ସ୍ଥିତ ଫିମିସିନୋ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଏୟାର ଇଣ୍ଡିଆ ବୋଇଙ୍ଗ ୭୭୭ ବିମାନ ପଠାଇଥିଲା କେନ୍ଦ୍ର ସରକାର ପଠାଇ ଥିଲେ । ଆଜି ସମସ୍ତ ଭାରତୀୟ ଯାତ୍ରୀଙ୍କୁ ନେଇ ବିମାନଟି ସକାଳ ପ୍ରାୟ ୯.୧୫ରେ ଦିଲ୍ଲୀରେ ଅବତରଣ କରିଛି। ବର୍ତ୍ତମାନ ଏହି ଭାରତୀୟଙ୍କର ସ୍କ୍ରିନିଂ ଟେଷ୍ଟ କରାଯାଉଛି । ଏହାପରେ ସମସ୍ତଙ୍କୁ ଆଇସୋଲେସନ ଓ୍ୱାର୍ଡରେ ରଖାଯିବ। ଏହାପୂର୍ବରୁ ଗତ ସପ୍ତାହରେ ଏୟାର ଇଣ୍ଡିଆ ମିଲାନକୁ ଏକ ବିମାନ ପଠାଇ ସେଠାରେ ୨୩୦ରୁ ଅଧିକ ଭାରତୀୟଙ୍କୁ ଫେରାଇ ଅଣା ଯାଇଥିଲା । ଏହି ବିମାନ କମ୍ପାନୀ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଦିଲ୍ଲୀ-ରୋମ ଏବଂ ଦିଲ୍ଲୀ-ମିଲାନ ରୁଟରେ କରୋନା ଭାଇରସ ସଂକ୍ରମଣ କାରଣରୁ ଯାତାୟାତ କରିବ ନାହିଁ ବୋଲି ଖବର ମିଳିଛି । ଚିନରୁ ଉତ୍ପନ ହୋଇଥିବା କରୋନା ଭାଇରସର ବର୍ତ୍ତମାନ ନିୟନ୍ତ୍ରଣାଧିନ ସ୍ଥିତିକୁ ଆସିଯାଇଛି ବୋଲି କୁହାଯାଉଛି । ଗତ ଶୁକ୍ରବାର ଠାରୁ ଆଉ କେହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ହେଲେ ଏହାରି ଭିତରେ ଇଟାଲୀରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିଚାଲିଛି । ଏଯାବତ ଇଟାଲୀରେ ୫୩,୫୭୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୪,୮୨୫ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୬,୦୭୨ ଜଣ ସୁସ୍ଥ ହୋଇଛନ୍ତି। ୧୭୦ରୁ ଅଧିକ ଦେଶକୁ ବ୍ୟାପିଛି ଏହି ମହାମାରୀ କରୋନା ଭାଇରସ । ଏଯାବତ ଇଟାଲୀରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା କହାଯାଉଛି ।କିନ୍ତୁ ଚୀନ ଦ୍ୱିତୀୟ ସ୍ଥାନରେ ରହିଛି ।

ରିପୋର୍ଟ : ସୁଧାଂଶୁ କୁମାର