କରୋନା ପାଇଁ କବିତା …

ଆଚାର, ଆଉ ଦାନ୍ତିକିଲୁ
ଉଖୁର ଖଜା ଓ ସୁପୁଲୁ
ଲିଆ ବଢି, ପିଡିଆ ବଢି
ରାସ୍ତା କଡର ମାଂସ ଖାଡି
ଆପଡାଲୁ ଓ କାପଡାଲୁ
ଭାଜି ବା ଛାଣି ଖାଇଚାଲୁ
ଗିରିଜା ଚିକେନ ପକୋଡା
ଖାଇଲେ କହେ ଆଉ ଲୋଡା
ଇଡଲି ସହିତ ସାମ୍ବାରୁ
ମହକୁଥିବ ଘରେ ଚାରୁ ।
ପୁରୀ ଉପମା ତରକାରୀ
ଜଳଖିଆରେ ଦରକାରୀ ।
ଧନୁ ମାସର ଘିଅମୁଆଁ
ଖାଦ୍ୟ ଏ ଅତି ମନଛୁଆଁ
ଆଣ୍ଟ ପାକୁଡି ସେଗଡାଲୁ
ଖାଇ କହିବ ଚାଲୁ, ଚାଲୁ ।
ଆହୁରି କେତେ ଖାଦ୍ୟ ମାନ
ବ୍ରହ୍ମପୁରରେ ଅବସ୍ଥାନ ।
ଖାଇବ ସେତେ ଯେତେ ମନ
ଖାଦ୍ୟର ପେଣ୍ଠ ଏହିସ୍ଥାନ ।
ସହରରେ ଅଛି ବୁଢି ଠାକୁରାଣୀ
ଘଣ୍ଟ ଘୋଡାଇ ରଖୁଛି ମହାରାଣୀ
ଡାକ୍ତରୀ ଶିକ୍ଷାକୁ ଏମ୍.କେ.ସି.ଜି. ଅଛି
ଇଞ୍ଜିନିୟରିଂ ପାଇଁ ନିଷ୍ଟ ପାଠ ଅଛି ।
ଆଇଜର ଅଛି ବୈଜ୍ଞାନିକ ପାଇଁ
ଖଲିକୋଟ କ୍ଲଷ୍ଟର ଅନ୍ୟ ଶିକ୍ଷା ପାଇଁ ।
ଅନତି ଦୂରରେ ଅଛି ଗୋପାଳପୁର
ସମୁଦ୍ର ତଟ ତାର କି ମନୋହର ।
ଵ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ବାଟରେ
ଆର୍ମି ଡିଫେଣ୍ଡ କଲେଜ ତା ଆଗରେ ।
ଭାପୁର ବଜାରେ ମିଳେ ପାମ୍ପଡ ଆଚାର
ଗଣେଷ ମାର୍କେଟ ଇଲୋକ୍ଟ୍ରୋନିକ୍ସ ବେଭାର ।
ପୁରାତନ ଏ ସହରେ ଖଟି ବହୁତ
ଏବେ ଦେଖନ୍ତୁ “ଆପଣ ମାନେ ଖୁସି ତ। !”

କରନା କବିତାଟି ଶୂରଝଙ୍କାର  ଗ୍ରୁପ
ରିପୋର୍ଟ – ଟୁଟୁ ପାଢୀ, ବ୍ରହ୍ମପୁର