କରୋନା ଅଳରେ କରୋନା ବଣ୍ଟା !…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବର୍ତ୍ତମାନ ସୁଦ୍ଧା କରୋନାର ଭୟାବହ ଓ କରାଳ ରୂପ ଆମ ରାଜ୍ୟ ଓ ଆମ ସହରର ଲୋକମାନଙ୍କ ମନରୁ ନ ଲିଭୁଣୁ ବ୍ରହ୍ମପୁର ସହରରେ ଗୋଳିଆ ଓ ଦୁଷିତ ପାଣି କେତେ ଦିନ ହେଲାଣି ଯୋଗାଇ ଦିଆଯାଉଥିବା ଜଣାପଡିଛି । ଏହାସହ ଯୋଗାଣ ଅଧିକାରୀ ମାନଙ୍କୁ ଅଭିଯୋଗ କଲେ କିଛି ସୁଫଳ ମିଳୁନାହିଁ ବୋଲି କୁହାଯାଇଛି । ତେଣୁ ଲୋକମାନେ କୁହାକୁହି ହେଲେଣି ପ୍ରଶାସନ ତରଫରୁ କରୋନା ବଣ୍ଟା ଚାଲିଛି କାରଣ ଏହା ଦ୍ବାରା ପ୍ରଶାସନିକ ଅଧିକାରୀମାନଙ୍କୁ ଲାଭ ହେଉଛି ଏବଂ ଆଉ କେତେକ କହିଲେଣି ଫିଲଟେର କମ୍ପାନୀ ମାନଙ୍କ ସଲା ଶୁତୁରାରେ ଏହା ସବୁ ଚାଲିଛି । ଏଣୁ ବ୍ରହ୍ମପୁର ସହରବାସୀଙ୍କ ତରଫରୁ ପ୍ରଶାସନିକ ଅଧିକାରୀମାନଙ୍କୁ ଅନୁରୋଧ ଶୀଘ୍ର ଏହାର ପ୍ରତିକାର କରନ୍ତୁ ନହେଲେ ପୁଣି କରୋନା ଫେରିବ ଏବଂ ବହୁ ଧନ ଜୀବନର ହାନି ଘଟିବ ଏଥିପାଇଁ ପ୍ରଶାସନିକ ଅଧିକାରୀମାନେ ‌ହିଁ ଦାୟି ରହିବେ ବୋଲି ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ଶାଖା, ବ୍ରହ୍ମପୁର ସଭାପତି ଡଃ ସୁବ୍ରତ କୁମାର ସାହୁ କହିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା