କରୋନାର ଦେବ ଦୂତ ସାଜିଲେ ଜଳେଶ୍ଵରର ସମାଜସେବୀ ଓ ଶିକ୍ଷକ ହେମନ୍ତ ଜେନା…

ଜଳେଶ୍ଵର (ସମୃଦ୍ଧ ଓଡିଶା) ସାରା ବିଶ୍ୱରେ କରୋନା ମହାମାରୀ ତା’ର ଆତଙ୍କ ରାଜ ଖେଳୁ ଥିବା ସମୟରେ ଛଡାଇ ନେଇଛି କେତେ ପରିବାର ମୁହଁରେ ହସ, ଅନାଥ କରି ଦେଇଛି କେତେ କୁନି କୁନି ପିଲାମାନଙ୍କୁ ନଷ୍ଟ କରି ଦେଇଛି ସାରା ବିଶ୍ୱର ଧନ ଜୀବନ ଏହା ସନ୍ଦେହ ନାହିଁ । ଏହି ଭଳି ପରିସ୍ଥିତିରେ ମନେ ପଡନ୍ତି ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ କୋଟସାହି ପଞ୍ଚାୟତର ଗୋବର୍ଦ୍ଧନପୁର ଗ୍ରାମର ଶିକ୍ଷକ ତଥା ଯୁବ ସମାଜସେବୀ ହେମନ୍ତ କୁମାର ଜେନା, ନିଜର ଜୀବନକୁ ବାଜି ଲଗାଇ ମାର୍ଚ୍ଚ ୧୯ ତାରିଖ ୨୦୧୯ ଠାରୁ ଆଜି ପର୍ଯ୍ୟନ୍ତ ପାଖାପାଖି ଦୁଇ ବର୍ଷ ଲଗାତାର ମାସ୍କ ପ୍ରସ୍ତୁତ କରି ବାଲେଶ୍ୱର ଜିଲ୍ଲା ଏବଂ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଗାଁ, ପଞ୍ଚାୟତ, ପଥଚାରି ଏବଂ କୋଣ ଅନୁକୋଣରେ ଦୁଇ ଲକ୍ଷରୁ ଉର୍ଦ୍ଧ ଜନସାଧାରଣଙ୍କୁ ମାସ୍କ ବଣ୍ଟନ କରି ଚର୍ଚ୍ଚାର ବିଷୟ ପାଲଟି ଛନ୍ତି । ଖାଲି ସେତକି ନୁହେଁ ବିଭିନ୍ନ ପୋଲିସ ଷ୍ଟେସନ, ଟିଏମସି ସେଣ୍ଟର, ପେଟ୍ରୋଲ ପମ୍ପ, ବ୍ୟାଙ୍କ, ଡାକ୍ତର ଖାନା, ପଶୁ ଚିକିତ୍ସାଲୟ, ଆଶା, ଅଙ୍ଗନବାଡ଼ି କର୍ମୀ, ପୋଲିସ ଚେକପୋଷ୍ଟ, ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ କରୋନା କୀଟ ପ୍ରଦାନ କରିବା ସହିତ କରୋନା ଯୁଦ୍ଧl ଭାବରେ ପୁରସ୍କୃତ କରିଛନ୍ତି । ଏଥି ସହିତ ବିଭିନ୍ନ ଅନାଥ ଶ୍ରମ, ଵୃଦ୍ଧାଶ୍ରମରେ ରେସନ ସାମଗ୍ରୀ ସହିତ ନୂତନ ବସ୍ତ୍ର ପ୍ରଦାନ କରିବା, ଜଳେଶ୍ୱର ଉପକାରାଗାରରେ ରହୁ ଥିବା ଅନ୍ତେବାସୀମାନଙ୍କ ନିମନ୍ତେ ମାସ୍କ, ସାବୁନ, ପାଣି ବୋଟଲ, ଡଷ୍ଟ ବିନ, ନୂତନ ବସ୍ତ୍ର, ଇତ୍ୟାଦି ପ୍ରଦାନ କରିବା, ସାରା ରାଜ୍ୟରେ ଲକ ଡାଉନ, ସଟ ଡାଉନ ଥିବା ସମୟ ରେ ନିଜର ଜୀବନକୁ ଖାତିର ନ କରି ସମାଜର କଲ୍ୟାଣ ନିମନ୍ତେ ପ୍ରତି ଦିନ ଗାଁ ଗାଁ ବୁଲି, କରୋନା ମହାମାରୀ ବିଷୟରେ ଲୋକଙ୍କୁ ସଚେତନ କରିବା ଏବଂ ମାଗଣା ମାସ୍କ, ସାବୁନ, ସାନିଟାଏଜ ପ୍ରଦାନ କରିବା ଏବଂ ଆବଶ୍ୟକ ସ୍ଥଳେ ନିଜର ରକ୍ତ ଦାନ କରି ଅନ୍ୟର ଜୀବନ ବଞ୍ଚାଇବା ଇତ୍ୟାଦି ପ୍ରମୁଖ ଭୂମିକା ଅଟେ । ଏହା ହେଉଛି ପ୍ରକୃତ ମଣିଷ ପଣିଆ ବୋଲି ସାଧାରଣରେ ଆଲୋଚନା ହେଉଛି ।ଦୀର୍ଘ ଦୁଇ ବର୍ଷ ଧରି ଜନସାଧାରଣଙ୍କୁ କରନା ମହାମାରୀ ବିଷୟରେ ସଚେତନତା କରିବା ସହିତ ବୃକ୍ଷ ରୋପଣ, ଅସହାୟଙ୍କୁ ଶୁଖିଲା ଓ ଗରମ ରନ୍ଧା ଖାଦ୍ୟ, ବସ୍ତ୍ର ବଣ୍ଟନ, ରୋଗରେ ପୀଡିତ ବ୍ୟକ୍ତିଙ୍କୁ ତିନି ମାସର ରେସନ ସାମଗ୍ରୀ, ଏବଂ ମେଡ଼ିସିନ ପାଇଁ ଅର୍ଥ ପ୍ରଦାନ ଆଦି ଜନମଙ୍ଗଳ କାର୍ଯ୍ୟରେ ସେ ସଦା ସର୍ବଦା ନିଜକୁ ନିୟୋଜିତ କରି ଆସୁଥିବା ନଜରକୁ ଆସିଛି । ତାଙ୍କର ଏତାଦୃଶ୍ୟ କାର୍ଯ୍ୟକୁ ମୟୁରଭଞ୍ଜ ଜିଲ୍ଲା ଏବଂ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ମହଲରେ ପ୍ରଶଂସାର ସୁଅ ଛୁଟି ଆସୁଥିବା ଜଣାପଡ଼ିଛି । ଆଗାମୀ ଦିନରେ ତାଙ୍କର ଏହି ସବୁ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ ଆମ ପ୍ରତିନିଧିଙ୍କ ଠାରେ ମତପ୍ରକାଶ କରିଛନ୍ତି । ତାଙ୍କର ମୂଳ ଲକ୍ଷ କରୋନା ହାରିବ ଆଉ ଆମ ଦେଶ ପୁଣି ଥରେ ହସି ଉଠିବ । 

ରିପୋର୍ଟ : ଭୂପତି ପରିଡା