କରୋନା ଯୋଗୁଁ ବନ୍ଦ ହେଲା କଳିଙ୍ଗ ବାଲିଯାତ୍ରା…

ପାରାଦ୍ୱୀପ (ସମୃଦ୍ଧ ଓଡିଶା) ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଏହି ବର୍ଷ ପାରାଦ୍ୱୀପରେ ହେବାକୁ ଥିବା କଳିଙ୍ଗ ବାଲିଯାତ୍ରାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରି ଦିଆଯାଇଥିବା ସୂଚନା ମିଳିଛି । ଏହାସହ ପୂର୍ବରୁ କଟକ ବାଲିଯାତ୍ରାକୁ ବନ୍ଦ କରି ଦିଆଯାଇଥିବା ବେଳେ ବର୍ତ୍ତମାନ ପାରାଦ୍ୱୀପ କଳିଙ୍ଗ ବାଲିଯାତ୍ରା ସମେତ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଗୋପିଆକୁଦରେ ହେଉଥିବା ଚେଳିତୋଳ ବାଲିଯାତ୍ରା ସହ ଜିଲ୍ଲାର ଅନ୍ୟ ସମସ୍ତ ବାଲିଯାତ୍ରା ଉତ୍ସବକୁ ବନ୍ଦ କରିଦିଆଯାଇଛି । ଏନେଇ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ନିର୍ଦେଶନାମା ଜାରି କରିଛନ୍ତି । କାରଣ ବାଲିଯାତ୍ରା ଅନୁଷ୍ଠିତ ହେଲେ ବହୁ ଭିଡ଼ ଜମିବ ଯାହା ଫଳରେ ବହୁ ଲୋକ କରୋନା ଭୁତାଣୁ ସଂକ୍ରମଣର ଶିକାର ହେବାର ସମ୍ଭାବନା ରହିଛି ତେଣୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବର୍ଷ ପ୍ରତ୍ୟେକ ବାଲିଯାତ୍ରାକୁ ବନ୍ଦ କରି ଦିଆଯାଇଛି ।