କରୋନା ଭୁତାଣୁ ସଂକ୍ରମଣ ଦୀର୍ଘଦିନ ଧରି ଆମକୁ ଘାଇଲା କରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣ ଦୀର୍ଘଦିନ ଧରି ଆମକୁ ଘାଇଲା କରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ ଦେଇଛି । ମହାମାରୀ କରୋନା ଆତଙ୍କ ତଥା କୋଭିଡ୍-୧୯ ସଙ୍କଟ ଏତେ ଶୀଘ୍ର ଟଳିବାର ପ୍ରଶ୍ନ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମୀକ୍ଷା କରି କହିଛି । ବର୍ତ୍ତମାନ ସୁଦ୍ଧା ଅନେକ ଦେଶ କରୋନା ଭୁତାଣୁ ସଂକ୍ରମଣର ପ୍ରାରମ୍ଭରେ ରହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍‌ରସ୍ ଆନ୍ଧାନୋମ୍ ଘେବ୍ରେୟେସସ୍ ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ମାଧ୍ୟମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଦବେଗ ପ୍ରକାଶ କରି କରୋନା ଭୁତାଣୁ ସଂକ୍ରମଣର ପ୍ରତିଷେଧକ ବ୍ୟବସ୍ଥା ଗୁଡିକୁ ଠିକ ଭାବେ ପାଳନ ନ କଲେ ଆଗାମୀ ଦିନରେ ଆମକୁ ଆହୁରି କଷ୍ଟ ଭୋଗିବାକୁ ପଡିବ ବୋଲି କହିଛନ୍ତି । ଏହି ଭୂତାଣୁ ଅତି ଶୀଘ୍ର ଆମ ଠାରୁ ଦୁରେଇ ଯିବା ସମ୍ଭବ ନାହିଁ ବୋଲି ମଧ୍ୟ ସେ ଚେତେଇ ଛନ୍ତି । ସମୂଳେ ନଷ୍ଟ ହେବା ଯାଏଁ ଆମକୁ ମାସ୍କ ବ୍ୟବହାର କରିବା ସହ ଘରେ ରହିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି । ଏଥିସହ ସାବୁନରେ ହାତ ଧୋଇବା ସାମାଜିକ ଦୂରତ୍ୱ ବଜାୟ ରଖିବା ଆଦି ବ୍ୟବସ୍ଥାକୁ ଆମେ କଡାକଡି ଭାବେ ପାଳନ ନ କଲେ ଏ ଭୁତାଣୁ ସହଜରେ ଆମଠାରୁ ହଟିବ ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି । ସାବଧାନତା ନିୟମକୁ କଡାକଡି ଭାବେ ପାଳନ କରିଥିବାରୁ ପଶ୍ଚିମ ଇଉରୋପ୍‌ରେ ଏହି ମହାମାରୀ ଭୁତାଣୁ ନିୟନ୍ତ୍ରଣ ଅବସ୍ଥାକୁ ଆସିଛି । କିନ୍ତୁ ଆଫ୍ରିକା, କେନ୍ଦ୍ରୀୟ ଏବଂ ଦକ୍ଷିଣ ଆମେରିକା ଓ ପୂର୍ବ ଇଉରୋପ୍‌ରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଆହୁରି ଅନେକ ଦେଶରେ ଏବେ ଏହି ମହାମାରୀ କରୋନା ଆରମ୍ଭ ହୋଇଛି । ମାହାମାରୀ କରୋନା ଭୁତାଣୁ ପ୍ରଥମେ ପ୍ରଥମେ ଯେଉଁ ଦେଶ ଗୁଡିକୁ ସଂକ୍ରମିତ ହୋଇଥିଲା ଏବଂ ସେମାନେ ନିୟମ ପାଳନ ପୂର୍ବକ ତାକୁ ପ୍ରତିହତ କରିଥିଲେ ବର୍ତ୍ତମାନ ପୁଣି ମଞ୍ଜିରୁ ଗଜା ଉଠିଛି । ଅର୍ଥାତ ସେହି ଦେଶ ମାନଙ୍କରେ କରୋନା ଭୁତାଣୁ ହଟିଗଲା ବୋଲି ଯାହା ଭାବିଥିଲେ ପୁଣି ଆକ୍ରମଣର ଶିକାର ହୋଇଛନ୍ତି । ତେଣୁ ମନୁଷ୍ୟକୃତ ଏହି ଭୁତାଣୁ ଅତିଶୀଘ୍ର ହଟିବା ସମ୍ଭବ ନୁହେଁ । ଏହାର ମୁକାବିଲା ନିମନ୍ତେ ଯୋଜନା ବଦ୍ଧ ଭାବରେ ପ୍ରସ୍ତୁତ ରହିବାକୁ ଦେଶମାନଙ୍କୁ ସମୟ ଦେବା ନିମନ୍ତେ ଜାନୁଆରି ୩୦ ତାରିଖ ଦିନ ଉଚିତ ସମୟରେ ହିଁ‌ କରୋନା ଭାଇରସ୍ ମହାମାରୀକୁ ବିଶ୍ୱ ସଂକଟ ଭାବେ ଘୋଷଣା କରାଯାଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଆମେରିକାର ଅନୁଦାନ ବନ୍ଦ ଘୋଷଣା କରିବା ପରେ ଆହୁରି ଏହି ମହାମାରୀର ବ୍ୟାପକତା ବଢ଼ିବାରେ ଲାଗିଛି । ଆମେରିକା ରାଷ୍ଟ୍ରପତି ଡ୍ରନୋଲ ଟ୍ରମ୍ପ୍ ପୁଣି ପୁନର୍ବିଚାର କରି ଅନୁଦାନ ଦେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସକ୍ରିୟ ଭାବରେ ବିଶ୍ୱକୁ ପଡିଥିବା ଏହି ସଙ୍କଟ ପାଇଁ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି ।

ରିପୋର୍ଟ : ଶୁଧାଂଶୁ ଶେଖର