କରାପଲ୍ଲୀ ମଣ୍ତଳ ଭାଜପାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ଗୋପାଳପୁର ନିର୍ବାଚନମଣ୍ଡଳୀ କରାପଲ୍ଲୀ ମଣ୍ତଳ ଭାରତୀୟ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ଆଜି ଟାଟାକୋଲନି ସ୍ଥିତ ବଜେପି କାର୍ଯ୍ୟାଳୟ ଠାରେ ମଣ୍ଡଳ ସଭାପତି ଶ୍ରୀପ୍ରଦୀପ କୁମାର ପଟ୍ଟନାୟକଙ୍କ ପୌରହିତରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକରେ ମଣ୍ଡଳ ପ୍ରଭାରୀ ତଥା ବରିଷ୍ଟ ବଜେପି ନେତା ଶ୍ରୀ ଗଙ୍ଗାଧର ଶତପଥୀ ଯୋଗଦେଇ ଥିଲେ ଏବଂ ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ କଲ୍ୟାଣ ଯୋଜନା ଓ ବିଶ୍ଵଦରବାରରେ ଶ୍ରୀ ମୋଦିଙ୍କ ଲୋକପ୍ରିୟତା ବିଷୟରେ ଆଲୋକପାତ କରିଥିଲେ । ଏହାସହ ଆସନ୍ତା ମାସରେ ସମସ୍ତ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା । ସମସ୍ତ ୫୨ ଟି ବୁଥକୁ ସଶକ୍ତିକରଣ କିପରି କରାଯିବ ତାହା ମଧ୍ୟ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ପୂର୍ବତନ ମଣ୍ଡଳ ସଭାପତି ଶ୍ରୀ ରଘୁ ପାତ୍ର , ଜିଲ୍ଲାପରିଷଦ ପାର୍ଥି G କୁର୍ମା , ଯୁବନେତା B ସୋନାନାଥ ପାତ୍ର , ସାଧାରଣ ସମ୍ପାଦକ ମିଟୁ ସାହୁ ,ଉପସଭାନେତ୍ରୀ ଲ ଗୀତା , ବାଳକୃଷ୍ଣ ରାଓ , ସୁଦର୍ଶନ ସ୍ୱାଇଁ ,ଲକ୍ଷ୍ମୀ ଧର ବେହେରା ପ୍ରମୁଖ ଯୋଗଦେଇଥିଲେ ।ଆଗକୁ କରାପଲି ମଣ୍ତଳ ସଶକ୍ତିକରଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
ରିପୋର୍ଟ୍ ରଜତ ପଟ୍ଟନାୟକ