କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ : ଲକ୍ଷ୍ୟାଧିକ ଟଙ୍କାର ସମ୍ପତି ଠୁଳ …

କରଞ୍ଜିଆ(ସମୃଦ୍ଧ ଓଡିଶା)ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଛି ଭିଜିଲାନ୍ସ। ଆଜି ସକାଳ ୭ଟାରୁ ତହସିଲଦାର ଚାର୍ଲସ ନାୟକଙ୍କ କରଞ୍ଜିଆ ସ୍ଥିତ ସରକାରୀ ବାସଭବନ ସହ କରଞ୍ଜିଆ ସ୍ଥିତ ତହସିଲ ଅଫିସରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଏହା ସହିତ ଚାର୍ଲସଙ୍କ ଭଦ୍ରକ ସ୍ଥିତ ଘରେ ମଧ୍ୟ ଚଢ଼ାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କରଞ୍ଜିଆ ତହସିଲଦାର ଚାର୍ଲସ୍ ନାୟକଙ୍କୁ ଭିଜିଲାନ୍ସ ରେଡ କରିଛି। ତହସିଲଦାର ଚାର୍ଲସ ନାୟକଙ୍କ କରଞ୍ଜିଆ ବାସଭବନ, କରଞ୍ଜିଆ ତହସିଲ କାର୍ଯ୍ୟାଳୟ ଓ ଭଦ୍ରକ ଜିଲ୍ଲାରେ ଥିବା ପୈତୃକ ଘରେ ମଧ୍ୟ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ବାଲେଶ୍ଵର ଓ କଟକର ଭିଜିଲାନ୍ସ ଟିମ୍ ମିଳିତ ଚଢାଉରେ ସାମିଲ ଅଛନ୍ତି । କରଞ୍ଜିଆ ତହସିଲଦାର ଚାର୍ଲସ୍ ନାୟକଙ୍କ ନାଆଁରେ ବେଆଇନ୍ ଖଣି ଲିଜ୍ ଦେଇ ବିପୁଳ ଅର୍ଥ ରୋଜଗାର କରୁଥିବାର ଅଭିଯୋଗ ହୋଇଥିଲା । ଆଜି ସକାଳୁ ସକାଳୁ ତହସିଲଦାର ଚାର୍ଲସ ନାୟକଙ୍କ କରଞ୍ଜିଆ ସ୍ଥିତ ସରକାରୀ ବାସଭବନ ଏବଂ କରଞ୍ଜିଆ ସ୍ଥିତ ତହସିଲ ଅଫିସରେ ଭିଜିଲାନ୍ସ ଚଢ଼ାଉ କରିଛି। ଏହା ସହିତ ଚାର୍ଲସଙ୍କ ଭଦ୍ରକ ସ୍ଥିତ ଘରେ ମଧ୍ୟ ଚଢ଼ାଉ କରିଛି।