କବି ଆଶିଷ କୁମାର ସ୍ୱାଇଁଙ୍କୁ “ନୀଳଚକ୍ର ବାନା ସାରସ୍ୱତ ସମ୍ମାନ – ୨୦୨୧”…

ଭୁବନେଶ୍ୱର/ପୁରୀ (ସମୃଦ୍ଧ ଓଡିଶା) ପୁରୀ ନୀଳଚକ୍ର ବାନା ଅନୁଷ୍ଠାନ ପକ୍ଷରୁ ୟୁଥ ହଷ୍ଟେଲ, ପୁରୀ ପରିସର ମଧ୍ୟରେ ନୀଳଚକ୍ର ବାନା ଶୁଭ ଲୋକାର୍ପଣ ଉତ୍ସବ, ପ୍ରତିଭା ପୂଜନ କାର୍ଯ୍ୟକ୍ରମ ସହ କବିତା ଆସର ଓ ରାଜ୍ୟ ସ୍ତରୀୟ କବି ଲେଖକ ସମ୍ମେଳନ ୨୦୨୧ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମଗିରି ଅଞ୍ଚଳର ଉଦିୟମାନ ଯୁବ ପ୍ରତିଭା ଶ୍ରୀମାନ ଆଶିଷ କୁମାର ସ୍ୱାଇଁଙ୍କୁ କବିତା, ଗଳ୍ପ, ସ୍ତମ୍ଭ, ଉପସ୍ଥାପକ ଓ ସମାଜସେବା ପାଇଁ “ନୀଳଚକ୍ର ବାନା ସାରସ୍ୱତ ସମ୍ମାନ ୨୦୨୧”ରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଛନ୍ତି । ଏହି ଉତ୍ସବରେ ଉଦଘାଟକ ଓଡିଶା ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ର, ମୁଖ୍ୟଅତିଥି ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ସମ୍ମାନିତ ଅତିଥି ଭାବେ କୁଳପତି ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟର ପ୍ରଫୁଲ କୁମାର ମହାନ୍ତି ଓ ସମ୍ପାଦିକା ଓଡିଶା ଲେଖିକା ସଂସଦ ଶକୁନ୍ତଳା ବଳିଆର ସିଂ, ମୁଖ୍ୟ ବକ୍ତା ଶଙ୍କର୍ଷଣ ପରିଡା ପ୍ରମୁଖ ଯୋଗ ଦେଇଥିଲେ । ନୀଳଚକ୍ର ବାନା ପତ୍ରିକାର ପ୍ରକାଶକ ସଭାପତି ପୂର୍ଣ୍ଣଚନ୍ଦ୍ର ନନ୍ଦ ଓ ସମ୍ପାଦିକା ପୌର୍ଣ୍ଣମାସୀ ଦେବୀ କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା