କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମରେ ନୂଆ ୱେବ ସିରିଜ୍ “ସୁପାରୀ”…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସ୍ତ୍ରୀଙ୍କୁ ଜନ୍ମଦିନରେ ସରପ୍ରାଇଜ୍ ଦେବା ପାଇଁ ସ୍ବତନ୍ତ୍ର ଉପହାର ସହ ଅଫିସରୁ ଶୀଘ୍ର ଘରକୁ ଫେରନ୍ତି ସିଦ୍ଧାର୍ଥ । ଆଉ ଯେତେବେଳେ ସିଦ୍ଧାର୍ଥ ଘରକୁ ଫେରି ଦେଖେ ଆଶ୍ଚର୍ଯ୍ୟ ହେଇଯାଏ ଓ ତା ପାଦତଳୁ ଯେମିତି ମାଟି ଖସିପଡ଼େ । ଏମିତି କ’ଣ ଦେଖିଲା ସିଦ୍ଧାର୍ଥ?? ଯଦି ଜାଣିବାକୁ ଚାହୁଁଛନ୍ତି ତାହାହେଲେ ଦେଖନ୍ତୁ “ସୁପାରୀ” । ସୁପରିଚିତ ତଥା ଲୋକପ୍ରିୟ ଫିଲ୍ମ ପ୍ରଯୋଜନା ସଂସ୍ଥା ‘କଞ୍ଚାଲଙ୍କା’ର ଆଗାମୀ ଆକର୍ଷଣ ସର୍ଟଫିଲ୍ମ ‘ସୁପାରୀ’ ଏହାର ପ୍ରଯୋଜକ ପ୍ରକାଶ ପ୍ରହରାଜ ଥିବାବେଳେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ରାଜା ଡି । କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି ଶୁଦ୍ଧାରାଗ ବାନାର୍ଜୀ । ସେହିପରି ଏହାର ସଂଳାପ ଲେଖିଛନ୍ତି ନିଶାନ୍ତ ମାଜିଥିଆ ଏବଂ ବିଭିନ୍ନ ଭୂମିକାରେ ଅଛନ୍ତି ତୁଷାର, ଶୁଭାଙ୍ଗୀ ଓ ସୌରଭ । ଏହାର କ୍ରିଏଟିଭ ହେଡ ଅଛନ୍ତି ଭାଗ୍ୟଧର ପାଣି ଓ ମିଡ଼ିଆ ପ୍ଲାନର ଅଛନ୍ତି ପ୍ରଣୟ ଜେଠୀ। ‘କଞ୍ଚାଲଙ୍କା’ ସବୁବେଳେ ଦର୍ଶକଙ୍କ ଚାହିଦାକୁ ନେଇ ଫିଲ୍ମ ନିର୍ମାଣ କରି ଆସୁଛି । ଏଥିପାଇଁ ଏହା ସମସ୍ତଙ୍କର ପ୍ରିୟ ପାଲଟିଛି । “କଞ୍ଚାଲଙ୍କା” ପକ୍ଷରୁ ପୂର୍ବରୁ ରଙ୍ଗୀଲା, ବ୍ରେକ ଅପ୍ ଲଭ୍, ଟ୍ରୁଲି ୟୁଅର୍ସ, ସରକାରୀ ବର, ଟାଉଟର୍ ପ୍ରୋ ପ୍ରମୁଖ ଦର୍ଶକମାନଙ୍କ ଦ୍ଵାରା ଆଦୃତ ହୋଇସାରିଛି । ଏହି କ୍ରମରେ ଭିନ୍ନ ସ୍ୱାଦର ସର୍ଟ ଫିଲ୍ମ ‘ସୁପାରୀ’ ଦର୍ଶକଙ୍କୁ ନିଶ୍ଚୟ ଆକର୍ଷିତ କରିବ ବୋଲି ନିର୍ମାଣକାରୀ ସଂସ୍ଥା ଓ ଫିଲ୍ମର କ୍ରିଉମେମ୍ବର ଆଶା ରଖିଛନ୍ତି ।