କଂଗ୍ରେସ ସାଂସଦ ପ୍ରାର୍ଥୀଙ୍କ ବୈଠକ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କଂଗ୍ରେସ ସାଂସଦ ପ୍ରାର୍ଥୀଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । କଂଗ୍ରେସ ଦଳ ଏବେ ରାଜ୍ୟରେ ପୁଣି ନିଜର ସ୍ଥିତିକୁ ଜାହିର କରିବା ଲକ୍ଷ୍ୟରେ ଥିବା ବେଳେ ଦଳରେ ବିଭିନ୍ନ ପ୍ରକାର ପଦପଦବୀରେ ନୂତନ ନେତାଙ୍କୁ ଦାୟିତ୍ୱ ଦିଆଯାଉଥିବା ଜଣାପଡିଛି ।  ଓଡିଶା ପ୍ରଭାରୀ ଭାବେ ଚେଲ୍ଲା କୁମାରଙ୍କୁ ନୂତନ ଦାୟିତ୍ୱ ମିଳିବା ପରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଚନ୍ଦ୍ର ଶେଖର ନାଇଡୁ ଆଜି ବ୍ରହ୍ମପୁର ସଂସଦୀୟ ଅଞ୍ଚଳ ପରିଦର୍ଶନ କରି ବ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳ ବୁଲିବା ସହ ବାପୁଜୀ ଆଶ୍ରମ ଠାରେ ଏକ ବୈଠକ ଅନୁଷ୍ଠିତ କରିଥିଲେ । ଏଥିରେ ଦଳର ଯୁବ ନେତା ଏବଂ ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଦଳକୁ ଅଧିକ ସୁଦୃଢ କରିବା ପାଇଁ ଦଳୀୟ କର୍ମକର୍ତ୍ତାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ମଧ୍ୟ ଦେଇଥିଲେ । ଏପରିକି ଦଳର ତୁଙ୍ଗ ଏବଂ ଯୁବ ନେତାମାନେ ବରିଷ୍ଠ ନେତାମାନଙ୍କ ପରାମର୍ଶ ନେବାକୁ କହିଥିଲେ । ଏଥିସହ ସେମାନଙ୍କୁ ବିଭିନ୍ନ ସମୟରେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରି ଜିଲ୍ଲାର ବିଭିନ୍ନ ଅଂଚଳକୁ ଯାଇ ସରକାରଙ୍କ ଅପାରଗତା ସମ୍ପର୍କରେ ଜନସାଧାରଙ୍କୁ ସଚେତନ କରିବା ପାଇଁ ଶ୍ରୀ ନାଇଡୁ ପରାମର୍ଶ ଦେଇଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ଜନବିରୋଧୀ କାର୍ଯ୍ୟକୁ ନେଇ ଆନ୍ଦୋଳନ କରିବା ସହ ଲୋକଙ୍କ ନିକଟରେ ପହଁଚିଲେ ଏହି ସରକାରଙ୍କ ଅସଲ ମୁଖା ଖୋଲିଯିବ ବୋଲି ଶ୍ରୀ ନାଇଡୁ ବୈଠକରେ ଦଳୀୟ କର୍ମୀ ଏବଂ ନେତାଙ୍କୁ କହିଥିଲେ । ଆଗାମୀ ଦିନରେ ଚେଲ୍ଲା କୁମାର ମଧ୍ୟ ଏଠାକୁ ଆସିବା ପାଇଁ ନିମନ୍ତ୍ରଣ ଦିଆଯାଇଥିବା ସେ କହିଛନ୍ତି । ମୁଖ୍ୟତଃ ଗଞ୍ଜାମର ସାଙ୍ଗଠନିକ ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରି ବ୍ରହ୍ମପୁର ଏବଂ ଗଞ୍ଜାମକୁ ସ୍ୱତନ୍ତ୍ର ସାଙ୍ଗଠନିକ ଜିଲ୍ଲାର ମାନ୍ୟତା ଦେବାକୁ ପ୍ରସ୍ତାବ ଦିଆଯାଇଥିବା ନେଇ ଶ୍ରୀ ନାଇଡୁ ବୈଠକରେ କହିଥିଲେ । ଶ୍ରୀ ନାଇଡୁ ଯୁବ ନେତା ଶିବ ପାତ୍ର ଏବଂ ଅନ୍ୟ ନେତାଙ୍କୁ ନେଇ ଦିଗପହଣ୍ଡି ଅଞ୍ଚଳ ଗସ୍ତ କରିଥିଲେ । ଆଜି ବାପୁଜୀ ଆଶ୍ରମରେ ଅନୁଷ୍ଠିତ ହୋଇଥିବା ବୈଠକରେ ଶିବରାମ ପାତ୍ର, ପ୍ରମୋଦ ଜେନା, ବୃନ୍ଦାବନ ଖଟେଇ, ପଦ୍ମଚରଣ ସାହୁ, ପ୍ରମୋଦ ଦାଶ, ରବି ଅଧିକାରୀ, ଭୀମରାଜୂ ରେଡ୍ଡୀ, ବୁଜି ବାବୁ, ବସନ୍ତ ପଟ୍ଟନାୟକ, ବିଜୟ ରାଜ ପାଣିଗ୍ରାହୀ, ତଥସତ ସୁବୁଦ୍ଧି, ପତିତ ଗନ୍ତାୟତ, ରାଜୀବ ଖୁଣ୍ଟିଆ, ଜଗନ୍ନାଥ ପଳେଇ, ରଙ୍ଗରାଜ ପାଣିଗ୍ରାହୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା