କଂଗ୍ରେସ ସମ୍ପାଦକ ଭାବେ ଚିନ୍ମୟ ହୋତା ନିଯୁକ୍ତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅଖିଳ ଭାରତୀୟ କଂଗ୍ରେସ, ରାଜ୍ୟ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଚିନ୍ମୟ କୁମାର ହୋତାଙ୍କୁ ରାଜ୍ୟ ସୋସିଆଲ ମିଡ଼ିଆର ସମ୍ପାଦକ ରୂପେ ନିଯୁକ୍ତ ମିଳିଥିବା ଜଣାପଡିଛି । ଯୁବ ନେତୃତ୍ୱ ଅଭିଷେକ ମହନନ୍ଦଙ୍କ ଅଧକ୍ଷତାରେ ଏହି ପ୍ରସ୍ତୁତି ତାଲିକାରେ ୧୨ ଜଣ ସାଧାରଣ ସମ୍ପାଦକ ଏବଂ ୨୦ଜଣ ସମ୍ପାଦକ ନିଯୁକ୍ତି ପାଇଛନ୍ତି । ଏହା ପୂର୍ବରୁ ସେ ଗଞ୍ଜାମ ଜିଲ୍ଲା କଂଗ୍ରେସର ସୋସିଆଲ ମିଡ଼ିଆ ସଂଯୋଜକ ରୂପେ ଦାୟିତ୍ୱ ତୁଲାଉଥିଲେ ଏବଂ ସେ ବର୍ତ୍ତମାନ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଅଛନ୍ତି । ଜିଲ୍ଲା ଯୁବ କଂଗ୍ରେସର ସଭାପତି ଚିନ୍ମୟ କୁମାର ହୋତା ଉଦିୟମାନ ବ୍ୟକ୍ତିତ୍ୱ ହିସାବରେ ଛାତ୍ର କଂଗ୍ରେସରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । କଂଗ୍ରେସର ରାଜ୍ୟ ସ୍ତରୀୟ କମିଟିରେ ଶ୍ରୀ ହୋତାଙ୍କ ନିଯୁକ୍ତିକୁ ଜିଲ୍ଲା କଂଗ୍ରେସ ନେତୃବର୍ଗ ସ୍ୱାଗତ କରିଥିବା ବେଳେ ଜିଲ୍ଲା ଯୁବ କଂଗ୍ରେସରେ ହଲଚଲ ଦେଖାଦେଇଛି । ଏହି ଅବସରରେ ସେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଜାତୀୟ ସଭାନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ, ସୋସିୟାଲ ମିଡ଼ିଆ ରାଜ୍ୟ ସଂଯୋଜକ ଅଭିଷେକ ମହାନନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା