କଂଗ୍ରେସ ପାର୍ଟିର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ହତ୍ୟା ଧମକ…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) କଂଗ୍ରେସ ପାର୍ଟିର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଟୁଇଟର ପୋଷ୍ଟରେ ଗୁଳି କରି ହତ୍ୟା କରିବାକୁ ଧମକ ପୂର୍ଣ୍ଣ ଚେତାବନୀ ମିଳିଛି । ଧମକ ଦେଇଥିବା ବ୍ୟକ୍ତି ବିରୋଧରେ କୋତବାଲି ପୋଲିସ ଥାନାରେ ଏତଲା ଦାୟର ହୋଇଛି । ଆଇପିସିର ଧାରା ୫୦୬ ଓ ୬୬ ଆଇଟି ଆକ୍ଟ ଆଧାରରେ କେସ୍ ରୁଜୁ କରି ଇନ୍ସପେକ୍ଟର ଦେବନନ୍ଦନ ଉପାଧ୍ୟାୟ ମାମଲର ତଦନ୍ତ କରୁଛନ୍ତି । ସୋନହା ଥାନା କ୍ଷେତ୍ରର କୋଠିଲା ନିବାସୀ ପଙ୍କଜ କୁମାର ଦ୍ଵିବେଦୀ ଏଫଆଇଆରରେ କହିଛନ୍ତି ଯେ, ଆରତି ପାଣ୍ଡେ ନାମରେ ଟୁଇଟର ଆଇଡି ରହିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରିୟଙ୍କା ଗାନ୍ଧୀ ରାଜ୍ୟର ଅର୍ଥନୈତିକ ଦୁରାବସ୍ଥାକୁ ସୁଧାରିବା ପାଇଁ ଯାହା ଚିଠି ଲେଖିଥିଲେ ତାହା ଉପରେ ପ୍ରତିକ୍ରିୟାଶୀଳ ହୋଇ ସମ୍ପୃକ୍ତ ବ୍ୟକ୍ତି ବିଶେଷ ଏଭଳି ଧମକ ପୂର୍ଣ୍ଣ ଟ୍ୱିଟ କରିଛନ୍ତି । ଏହି ଟୁଇଟ୍‌ର କମେଣ୍ଟରେ ଆଇଡି ଆରତି ପାଣ୍ଡେ ନାମକ ୟୁଜର ପ୍ରିୟଙ୍କା ଗାନ୍ଧୀଙ୍କୁ ଗୁଳି କରି ମାରି ଦେବାକୁ ଧମକ ଦେଇଥିଲେ । ପୋଲିସ୍ କେସ୍ ରୁଜୁ କରି ଯାଞ୍ଚ  ଆରମ୍ଭ କରି ଦେଇଛି । ଆଉ ମଧ୍ୟ ପାଞ୍ଚ ଥରର ବିଧାୟକ ତଥା ଚୌଧୁରୀ ବଂଶୀଲାଲଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ରହିଥିବା ବରିଷ୍ଠ କଂଗ୍ରେସ ନେତା କରଣ ସିଂହ ଦଲାଲଙ୍କୁ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ମିଳିଛି । କରଣ ସିଂହ ଦଲାଲ ଏହି ବିଷୟରେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ପୂର୍ବତନ ବିଧାୟକଙ୍କ ବୟାନ ଆଧାରରେ ଅଜ୍ଞାତ ବ୍ୟକ୍ତି ବିରୋଧରେ ଏଫଆଇଆର ରୁଜୁ କରିଛି । ଏହା ସହିତ ଆରୋପୀଙ୍କ ସନ୍ଧାନ ଜାରି ରହିଛି । କରଣ ସିଂହ ଦଲାଲ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡାଙ୍କ ସମୁଦୀ ଅଟନ୍ତି । ପୂର୍ବତନ ବିଧାୟକ  କହିଛନ୍ତି ଯେ, ତାଙ୍କ ମୋବାଇଲ ନମ୍ବରରେ ଏପ୍ରିଲ ୧୬ ଅପରାହ୍ନ ୧୨ଟା ୫୪ ର ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା । ଫୋନ୍ କରିଥିବା ବ୍ୟକ୍ତି କେବଳ ଅଭଦ୍ର ଭାଷାର ପ୍ରୟୋଗ କରି ନ ଥିଲେ ବରଂ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ଯେଉଁ ନମ୍ବରରୁ କଲ୍ ଆସିଛି ତାହା ଏକ ବିଦେଶୀ ନମ୍ବର ବୋଲି ସେ ଅଭିଯୋଗ କରିଛନ୍ତି । ୟୁପିରେ ଏଭଳି ଶାସନକୁ ସାଧାରଣରେ ନିନ୍ଦା କରାଯାଇଛି ।