କଂଗ୍ରେସ ପକ୍ଷରୁ ଗରିବ ଅସହାୟ ପରିବାରଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି କରାଯାଇଥିବାରୁ ବହୁ ପରିବାର ରୋଜଗାର ହରାଇ ବହୁ ଅସୁବିଧାର ସାମ୍ନା କରିବାସହ ଅତି କଷ୍ଟରେ ଜୀବନ ଅତିବାହିତ କରି ଚଳୁଛନ୍ତି । ଏମିତିକି ଭୋକ ଉପବାସରେ ରହିବା ସହ ଘର ଭଡା ମଧ୍ୟ ଦେବାରେ ଅସକ୍ଷମ ହୋଇ ପଡିଛନ୍ତି ବହୁ ଲୋକ । ଏଭଳି ପରିସ୍ଥିତିରେ କଂଗ୍ରେସ ଜିଲ୍ଲା ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ଆଦେଶ କ୍ରମେ ଓଡିଶା କଂଗ୍ରେସ କୃଷକ ସେଲ ପ୍ରଭାରୀ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ସହଯୋଗରେ ଏବଂ ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ସୁଜୟ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ବ୍ରହ୍ମପୁର ସ୍ଥିତ ସୁକୁଣ୍ଡା ବାଉରି ସାହିରେ ଥିବା ୧୦୦ ଉର୍ଦ୍ଧ୍ବ ଗରିବ ଅସହାୟ ପରିବାରଙ୍କୁ ସପ୍ତାହିକ ରୋଷେଇ ସାମଗ୍ରୀ ତଥା ଚାଉଳ, ତେଲ, କାନ୍ଦୁଲ ଯାଇ, ବାତୁଲା ଚଣା, ମାଂସ ବଡ଼ି, ଲୁଣ, ଆଳୁ, ଆଦି ସାମଗ୍ରୀ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । ଏହି ଘଡ଼ି ସନ୍ଧି ମୁହୂର୍ତ୍ତରେ ପ୍ରଶାସନର ଦୃଷ୍ଟି ଆକର୍ଷଣ ସହ ସମାଜ ଓ ପ୍ରଶାସନକୁ ସାହାଯ୍ୟ ପାଇଁ ବ୍ରହ୍ମପୁର ନଗର କଂଗ୍ରେସ ସଭାପତି ସୁଜୟ ଆଚାର୍ଯ୍ୟ ନିବେଦନ କରିଛନ୍ତି । କୋଭିଡ୍ ଭଳି ପରିସ୍ଥିତିରେ ଲୋକମାନେ ନିଜର ରୋଜଗାର ହରାଇ ଦୁଃଖ କଷ୍ଟରେ ଜୀବନ ଯାପନ କରୁଛନ୍ତି । ସେମାନଙ୍କୁ କିଛି ସାହାର୍ଯ୍ୟ ଉଦ୍ଦେଶ୍ୟରେ ଏଭଳି ପ୍ରୟାସ କରିଛି ଜିଲ୍ଲା କଂଗ୍ରେସ ଏବଂ ଆଗକୁ ମଧ୍ୟ ଏହି କାଯ୍ୟକର୍ମ ଜାରି ରହିବ ବୋଲି କୁହାଯାଇଛି । ଏହି ବଣ୍ଟନ କାର୍ଯ୍ୟକ୍ରମରେ ଏସ୍.ଦଣ୍ଡ ପାଣି ପାତ୍ର, ବିକାଶ ନାୟକ, ଭୁସିବାବୁ,ଏସ୍.ସୁଯୋତା, ସୁରେଶ ପାତ୍ର ଓ ଅନ୍ୟନ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।