କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନୀ କମିଟିର ବୈଠକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନୀ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହାପରେ କଂଗ୍ରେସର ପରବର୍ତ୍ତୀ ସଭାପତି କିଏ ହେବେ, ରାହୁଲ ପୁଣି ଫେରିବେ ନାଁ ଆଉ କିଏ ନୂଆ ମୁହଁ? ସହଜରେ ସୋନିଆ ଏ ପଦକୁ ଅନ୍ୟ କାହା ହାତକୁ ଯିବାକୁ ଦେବେ କି ନା ଅନୁଗତଙ୍କୁ ଅଧ୍ୟକ୍ଷ କରାଇ ନିଜ ହାତରେ ନିୟନ୍ତ୍ରଣ ରଖିବେ ରାହୁଲ? ମଙ୍ଗଳବାର ଦିନ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନୀ କମିଟିର ବୈଠକ ବସିବା ପରେ ରାଜନୈତିକ ବ୍ୟକ୍ତିମାନେ ଏପରି ଆଲୋଚନା ଆରମ୍ଭ କରି ଦେଇଛନ୍ତି । ଏମିତି ସ୍ଥିତିରେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ପାଇଁ କେସି ବେଣୁଗୋପାଳଙ୍କ ନାଁ ଚର୍ଚ୍ଚାରେ ଆସୁଛି । ରାହୁଲଙ୍କ ଅତି ଘନିଷ୍ଠ ହୋଇଥିବାରୁ ତାଙ୍କୁ ପରବର୍ତ୍ତୀ ଅଧ୍ୟକ୍ଷ କରାଇବାକୁ ରାହୁଲ ଉଦ୍ୟମ କରିପାରନ୍ତି ବୋଲି ଦକ୍ଷିଣ ଭାରତ ଓ ଦିଲ୍ଲୀର କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ବର୍ତ୍ତମାନ ସେ ଦଳର ସାଂଗଠନିକ ସାଧାରଣ ସମ୍ପାଦକ ମଧ୍ୟ ଅଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା