କଂଗ୍ରେସର ସାମ୍ବାଦିକ ସମ୍ମିଳନୀରେ : ନିଶା ବନ୍ଦ ପାଇଁ ହେବ ଜନ ଆନ୍ଦୋଳନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନିର୍ବାଚନ ମଣ୍ଡଳିରେ ବିଜେଡିର ବିକାଶ ନାରାକୁ ନିଶାଣ କରିଛି କଂଗ୍ରେସ । ପ୍ରତି କାର୍ଯ୍ୟାଳୟରେ ରାଜନୈତିକ ପୃଷ୍ଟ ଭୂମୀରେ ବ୍ୟାପକ ପିସି କାରବାର ବନ୍ଦ କରିବା, ଯୋଗ୍ୟ ହିତାଧିକାରୀଙ୍କୁ ନ୍ୟାୟ ଦେବା, ଗରିବଙ୍କୁ ଡିହ ଓ ଘର ଯୋଗାଇବା, ଚୋରା ମଦ ଓ ବ୍ରାଉନ୍‌ସୁଗର କାରବାରକୁ ବନ୍ଦ କରିବା, ରାଜ୍ୟରେ ଆଇନ୍ ଶୃଙ୍ଖଳା ବ୍ୟହତ ହେବା ଦାବିରେ କଂଗ୍ରେସ ପକ୍ଷରୁ ପ୍ରତି ପଂଚାୟତରେ ଅଭିଯାନ ଚାଲି ବୋଲି କଂଗ୍ରେସ ପ୍ରବକ୍ତା ସୁଦର୍ଶନ ଦାସ ମତବ୍ୟକ୍ତ କରିଛନ୍ତି । ‘ହକ୍ ପାଇଁ ହୁଁକାର’ ତଥା କଂଗ୍ରେସ ତାର ଦଳୀୟ ଶକ୍ତି ବୃଦ୍ଧିଲାଗି ୨୦୨୧ରେ ସମସ୍ତ ଶକ୍ତି ବିନିଯୋଗ କରିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ ପାଇଛି । ୬୦ନଂ ଜାତୀୟ ରାଜପଥ ପାଶ୍ୱର୍ ସାଇ ଫିଲିଂ ଷ୍ଟେସନ ପରିସରରେ କଂଗ୍ରେସର ପୌର ସଭାପତି ରିଆଜ୍ ଖାଁଙ୍କ ପୌରହିତ୍ୱରେ ଆୟୋଜିତ ବଂଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ କଂଗ୍ରେସର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ସ୍ତରୀୟ କାର୍ଯ୍ୟାଳୟ ଗୁଡିକରେ ୨୫ ପ୍ରତିଶତ ଯାଏ ପିସି କାରବାରକୁ କଟୁ ସମାଲୋଚନା କରିଥିଲେ । ବ୍ଲକରେ କାର୍ଯ୍ୟ ନ ହୋଇ ବିଲ ହେବା, ଲୋକେ ଜମି ପଟା ନ ପାଇ ଆବାସ ଯୋଜନାରୁ ବଂଚିତ ହେବା, ଗୁହାଳ ଦୁର୍ନିତୀ, ଜବ୍‌କାର୍ଡ ଧାରିଙ୍କ ପ୍ରାପ୍ୟ ନ ପାଇବା, ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ନ ପାଇବା ସଂପର୍କରେ ଅଭିଯୋଗ କରିଥିଲେ । ମ୍ୟୁନିସିପାଲଟି ସଫେଇ କାର୍ଯ୍ୟରେ ମାସିକ ୬୫ ସୁଇପର କାର୍ଯ୍ୟରତ ଦର୍ଶାଇ ମାତ୍ର ୩୦ଜଣଙ୍କୁ କାର୍ଯ୍ୟରେ ନିୟୋଜିତ କରିବା, କୋଭିଦ୍ ସମୟରେ ୯୮ଲକ୍ଷ ଟଙ୍କା ଖର୍ଚ୍ଚ ନ କରି ବିଲ୍ ହେବା, ମଦ, ବ୍ରାଉନ୍‌ସୁଗର ଚାଲାରେ ପୁଲିସ୍‌, ଅବକାରୀ କର୍ମଚାରୀଙ୍କ ମୁଖା ଖୋଲିବା, ନଦୀବାଲିର ଚୋରୀ ବନ୍ଦ କରିବା ଇତ୍ୟାଦି ‘ହକ୍‌ପାଇଁ ହୁଁକାର’ ଲାଗି କଂଗ୍ରେସ ଆନ୍ଦୋଳନକୁ ଓହ୍ଲେଇବ ବୋଲି ପ୍ରକାଶ କରିଛି । ନଛିମପୁର ଠାରେ ହେବାକୁଥିବା ବନ୍ଧୁମିଳନ ଉତ୍ସବରେ ବହୁ ଅନ୍ୟଦଳର କର୍ମୀ ଓ ନେତା କଂଗ୍ରେସରେ ମିଶିବେ ବୋଲି ପୂର୍ବତନ ଅଧ୍ୟକ୍ଷ ସୁନିଲ କୁମାର ପରିଡା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜୀବ ପରିଡା, ବିରଞ୍ଚି ଭୂୟାଁ, ସୁଶାନ୍ତ ସେଠୀ, ଗତିକୃଷ୍ଣ ଦଳାଇ, ହେମ୍ନ ଗିରି, ଗୋପାଳକୃଷ୍ଣ ଜେନା, ପଦ୍ମଲୋଚନ ବେହେରା, ଜଗଦୀଶ ନନ୍ଦୀ ପ୍ରମୁଖ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।