ଓୟୁଏଟି ପ୍ରାଧ୍ୟାପକଙ୍କ ଆନ୍ତର୍ଜାତୀୟ ଏସିଆନ୍ ଏଜୁକେସନ୍ ଆୱାର୍ଡ ପ୍ରଦାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମାଟିର ସୁଯୋଗ୍ୟ ସନ୍ତାନ ତଥା ଲାଖ ଚାଷର ଜନକଭାବେ ପରିଚିତ, ଓୟୁଏଟିର ପ୍ରାଧ୍ୟାପକ ଡ. ରଂଜନ କୁମାର କରଙ୍କୁ ଆନ୍ତର୍ଜାତୀୟ ଏସିଆନ୍ ଏଜୁକେସନ୍ ଆୱାର୍ଡ ପ୍ରଦାନ କରାଯାଇଛି । କାଇଟସ୍ ଏଜୁକେସନ୍‌, ଫାଉଣ୍ଡର ସାର୍କଲ ଅଫ ଲାଇଫ ଓ ବ୍ରେନ୍ ପାୱାର ସର୍ଭିସେସ୍ ଦ୍ୱାରା ୨୦୨୦ରେ ଡ. କରଙ୍କୁ ଏହା ମିଳିଥିବା ଜଣାଯାଇଛି । ସେ ଏବେ ଓୟୁଏଟିରେ ବନବିଜ୍ଞାନର ପ୍ରାଧ୍ୟାପକଭାବେ କାର୍ଯ୍ୟରତ । ପଣ୍ଡିତ ଦୁର୍ଗାରାମ କର ଓ ଅନୀତା କରଙ୍କ ଜ୍ୟେଷ୍ଠପୁତ୍ର ଡ. ରଂଜନ କର ରାଇବଣିଆର ରାଇବଳିଆର ସିଂ ହାଇସ୍କୁଲର ୧୯୮୮ ମସିହାରେ ମ୍ୟାଟ୍ରିକ ପାସ୍ କରି ଓୟୁଏଟିରୁ ସ୍ନାତକ, ହିମାଳଚ ପ୍ରଦେଶର ଡ. ଯଶୋବନ୍ଦ ସିଂ କରମର ବିଶ୍ୱବିଦ୍ୟାଳୟରୁ କୃଷି ବନୀକରଣରେ ସ୍ନାତକତ୍ୱର ଓ ମିଜୋରାମ ସ୍ଥିତ କ୍ରେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ବନବିଜ୍ଞାନରେ ପିଏଚ୍‌ଡି ଉପାଧି ପାଇ ଆନ୍ତର୍ଜାତୀୟ ସ୍ତରରେ ବହୁ ପୁସ୍ତକ ରଚନା କରିଛନ୍ତି । ବାଲେଶ୍ୱର ଜିଲାର କୃଷି କ୍ଷେତ୍ରରେ ବିପର୍ଯ୍ୟୟ ପରିଚାଳନାର ସୂତ୍ର ସେହିଁ ପ୍ରସ୍ତୁତ କରିଥିଲେ । ଜିଲାର ଜୈବବିଭିଦତା ଉପରେ ଗବେଷଣା କରି ଏକ ସନ୍ଦର୍ଭ ପ୍ରସ୍ତୁତ କରିଥିବା ଜଣାଯାଏ । ଏହି ସମ୍ମାନ ତାଙ୍କୁ ମିଳିଥିବାରୁ ଜଳେଶ୍ୱର ଓ ଭୋଗରାଇ ଅଂଚଳରେ ଆନନ୍ଦର ଢେଉ ଖେଳି ଯାଇଛି । କୃଷି ଗବେଷଣା କ୍ଷେତ୍ରରେ ସେ ଭାରତ ସରକାରଙ୍କ ପକ୍ଷରୁ ଶ୍ରେଷ୍ଟ ବୈଜ୍ଞାନୀକ ଭାବେ ପୂର୍ବରୁ ପୁରସ୍କୃତ ହୋଇଛନ୍ତି । ଏବେ ଏସୀୟା ମହାଦେଶର ୨୦୦ଜଣ ଅଧ୍ୟାପକଙ୍କୁ ଏପରି ୍ରାୱାର୍ଡ ମିଳିଥିବା ବେଳେ ସେ ସେମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ସନ୍ଦର୍ଭରେ ପ୍ରକାଶ କରାଯାଇଛି । ତାଙ୍କର ଜନ୍ମସ୍ଥାନ ଭୋଗରାଇରେ ହୋଇଥିବା ବେଳେ ଶୈଶବଅବସ୍ଥାରୁ ଜଳେଶ୍ୱରରେ ଅବସ୍ଥାନ କରି ଆସୁଛନ୍ତି ।