ଓଡ଼ିଶା ମୋ ପରିବାର ଅନୁକୁଲ୍ୟରେ ଶୁଖିଲା ଖାଦ୍ୟ ବଣ୍ଟନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହାମାରୀ କରୋନା ସଂକ୍ରମଣର ଭୟ ପ୍ରତ୍ୟେକ ଲୋକଙ୍କ ମନରେ ରହିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଲକଡାଉନ ଜାରି କରାଯାଇଥିବାରୁ କରୋନା ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲାଇ ଦେଇଛି ଏବଂ ସବୁଠାରୁ ବେଶୀ ପ୍ରଭାବିତ ହୋଇଛନ୍ତି ସମାଜର ତଳ ଶ୍ରେଣୀର ଲୋକମାନେ । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ମାନବସେବାକୁ ପରମ ଧର୍ମ ଭାବେ ଗ୍ରହଣ କରିଛନ୍ତି ନୂଆ ବସଷ୍ଟାଣ୍ଡ ନିକଟସ୍ଥ ଗୋଲାପଲ୍ଲୀ ହରିଜନ ସାହିର କିଛି ଯୁବକ । ଗତକାଲି ସ୍ଥାନୀୟ ବଡ଼ ମେଡିକାଲ ଠାରେ ମିଟୁ ଘଡେଇଙ୍କ ନେତୃତ୍ୱରେ ୫୦୦ରୁ ଉର୍ଦ୍ଧ୍ଵ ଲୋକଙ୍କୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିବା ବେଳେ ଧବଳ ବେହେରା, ଜ୍ୟୋତି ରଞ୍ଜନ ସାହୁ, ଶୋଭନ ନାୟକ, ତାପସ ସାହୁ, ଅନୀଲ ନାୟକ, ରମେଶ, ମିଟୁ, ଦନା, ବୁବୁନ, କୁନାଲ୍‌, ରିଙ୍କୁ, ଲଳିତ, ରମେଶ ପ୍ରମୁଖ ସହଯୋଗ କରିଥିଲେ ।