ଓଡ଼ିଶା ପ୍ରଶାସନିକ ସେବାର ପଦୋନ୍ନତି ନିୟମାବଳୀ ୧୯୯୨ ସଂଶୋଧନକୁ ସ୍ଵାଗତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ସରକାର କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯୯୨ ମସିହାର ଓଡ଼ିଶା ପ୍ରଶାସନିକ ସେବାର ପଦୋନ୍ନତି ନିୟମାବଳୀରେ ଐତିହାସିକ ସଂଶୋଧନ କରିଛନ୍ତି ପଦୋନ୍ନତି ଲାଗି ଆଉ ୫ ବର୍ଷର ସିସିଆର କିମ୍ବା ପାରଦର୍ଶିତା ରିପୋର୍ଟ (ପିଏଆର୍) ଆବଶ୍ୟକତା ପଡ଼ିବ ନାହିଁ । ଏହା ବଦଳରେ ସମ୍ପୃକ୍ତ କର୍ମଚାରୀ କାମ କରୁଥିବା ଉପରିସ୍ଥ ଅଧିକାରୀଙ୍କ ଗୋଟିଏ ମାତ୍ର ମନ୍ତବ୍ୟ ତାଙ୍କୁ ପରବର୍ତ୍ତୀ ପାହାଚ ଚଢ଼ିବା ଅର୍ଥାତ୍ ପଦୋନ୍ନତି ନେବାରେ ସହାୟକ ହେବ । ରାଜ୍ୟ ସରକାରଙ୍କ ପ୍ରତି ବର୍ଷ କାର୍ଯ୍ୟକାରୀ ହେଉଥିବା ବହୁମୂଖୀ ପୁରୁଷ ସ୍ୱାସ୍ଥ୍ୟକର୍ମୀ ପଦୋନ୍ନତିକୁ ଖୋଲା ଖୋଲି ଭାବରେ ବିରୋଧ କରି କିଛି ପୁରୁଷ ସ୍ୱାସ୍ଥ୍ୟ କର୍ମୀ ନ୍ୟାୟାଳୟର ଦୂରସ୍ଥ ହୋଇ ପଦୋନ୍ନତିକୁ ବନ୍ଦ କରିଛନ୍ତି । ସେମାନେ କଙ୍କଡା ପରି ଗୋଡ ଟଣା ଟଣି କରୁଛନ୍ତି ଓ ମିଛରେ କୁମ୍ଭୀର କାନ୍ଦଣା କାନ୍ଦି ସରକାରକୁ ଦୋଷ ଦେଉଛନ୍ତି । ବହୁ ଦିନର ଦାବିକୁ ପୂରଣ କରିଥିବାରୁ ଓଡିଶା ବହୁମୂଖୀ ପୁରୁଷ ସ୍ୱାସ୍ଥ୍ୟକର୍ମୀ ସଂଗଠନର ନେତୃବୃନ୍ଦ ନଳିନୀ କୁମାର ବେହୁରା, ନିହାର ରଞ୍ଜନ ସାହୁ, ପ୍ରକାଶ ଚନ୍ଦ୍ର ପୁହାଣ, ଜିତେନ୍ଦ୍ର, ବଦ୍ରି ତ୍ରିପାଠୀ ତଥା ଓଡ଼ିଶାର ସମସ୍ତେ ପୁରୁଷ ସ୍ୱାସ୍ଥ୍ୟକର୍ମୀ ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରୁଛନ୍ତି ବୋଲି ସଭାପତି ବିଜୟ ମଲ୍ଲ ଜଣାଇଛନ୍ତି ।