ଓଷ୍ଟା-ଛତ୍ରପୁର ବ୍ଳକର ଶିଶୁ ମହୋତ୍ସବ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା)ର ଛତ୍ରପୁର ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ କରାପଲ୍ଲୀ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଷ୍ଟାର ଗଂଜାମ-ଗଜପତିର ପୂର୍ବତନ ସଂପାଦକ କାମରାଜୁ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ମହୋତ୍ସବକୁ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିଲେ । ଉଦଘାଟନି ଭାଷଣରେ ସେ ଓଷ୍ଟାର ଇତିହାସ, ଶିଶୁ ମେଳା ଆୟୋଜନର ଉଦ୍ଦେଶ୍ୟ, ଓଷ୍ଟାର ତ୍ରିସ୍ତରୀୟ (ବ୍ଳକ,ଜିଲ୍ଲା,ରାଜ୍ୟ) ଶିଶୁ ମେଳାର ବିବରଣୀ ଦେଇ ଛାତ୍ରଛାତ୍ରୀ ମାନଙ୍କର ଅନ୍ତର୍ନିହିତ ପ୍ରତିଭା ବିକାଶ ପାଇଁ ଓଷ୍ଟାର ଏଇ କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ବୋଲି ପ୍ରକାଶ କରିଥିଲେ ଏବଂ ଛାତ୍ରଛାତ୍ରୀମାନେ ଭବିଷ୍ୟତ ଗଠନ ପାଇଁ ପ୍ରତି ଯୋଗୀ ମନୋଭାବ ପ୍ରଦର୍ଶନ ପାଇଁ ପରାମର୍ଶ ଦେଇଥିଲେ । ଉଦଘାଟନ ଅଧିବେଶନ ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତି ଯୋଗିତା ପରିଚାଳନା କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ନାହାକଙ୍କ ପରିଚାଳନାରେ ଓ ଓଷ୍ଟାର ଗଂଜାମ ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ ସୁଧାର ସେଠିଙ୍କ ସଂଯୋଜନାରେ ଅନୁଷ୍ଠିତ ଶିଶୁ ମେଳା ପ୍ରତିଯୋଗିତାକୁ ଶିକ୍ଷକ ଧିରେନ୍ଦ୍ର ନାଥ ସଭାପତି, ଉମାକାନ୍ତ ପଟ୍ଟନାୟକ, ଲକ୍ଷ୍ମୀ କାନ୍ତ ଦାଶ, ପୂର୍ଣ୍ଣ ଚନ୍ଦ୍ର ନାହାକ, ସୁଜ୍ଞାନୀ ପାଢୀ ପ୍ରମୁଖ ପରିଚାଳନା କରିଥିଲେ । ଦ୍ଵିତୀୟ ଅଧିବେଶନରେ ପୁରସ୍କାର ଓ ପ୍ରମାଣ ପତ୍ର ବିତରଣ ଉତ୍ସବ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କାମରାଜୁ ମହାରଣା, ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀ ପୁର ପଞ୍ଚାୟତ ସରପଞ୍ଚ ଝୁଲି ନାହାକ, ସମିତି ସଭ୍ୟ ଏନ୍-ରମେଶ ରେଡ୍ଡି୍, ସରପଞ୍ଚ ପ୍ରତିନିଧି ମାଗୁଣି ବିଷୋୟୀ, ଓଷ୍ଟା ରାଜ୍ୟ ସଂଗଠନର କାର୍ଯ୍ୟକାରୀ କମିଟି ସଭ୍ୟ ଅଶୋକ କୁମାର ଦଳାଇ, ଓଷ୍ଟା – ଗଂଜାମର ଯୁଗ୍ନ ସଂପାଦକ କୈଳାସ ବେହେରା, ପୂର୍ବତନ ଯୁଗ୍ନ ସଂପାଦକ କୋରେଶ ଚନ୍ଦ୍ର ଶତପଥୀ, ମାୟା ସାହୁ, ସଂଗୀତ ଶିକ୍ଷକ ନାରାୟଣ ନାହାକ ( ବିଚାରକ) ଯୋଗଦେଇ ପୁରସ୍କାର ଓ ପ୍ରମାଣ ପତ୍ର ବିତରଣ କରି ଥିଲେ । ଏଇ ଉତ୍ସବରେ ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।