ଓଡିଶା ମୋ ପରିବାର ଓ ଜୟ ଜଗନ୍ନାଥ ଯୁବକ ସଂଘର ପକ୍ଷରୁ ମେଗା ରକ୍ତଦାନ ଶିବିର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡିଶା ମୋ ପରିବାର ଓ ଜୟ ଜଗନ୍ନାଥ ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ଗୋଶାଣୀନୂଆଗାଁ ସ୍ଥିତ କେସି ହାଇସ୍କୁଲ ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ପରିଲକ୍ଷିତ ହୋଇଛି । ସେ ଅଭାବକୁ ଦୂରକରିବା ଲକ୍ଷ୍ୟ ନେଇ ଆଜି ବିଜେଡି ଯୁବନେତା ଅର୍ଥାତ୍ ଆବାହକ ଧୀରଶ ସାବତ ନେତୃତ୍ୱରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରକ୍ତଦାନ ଶିବରର ଶୁଭାରମ୍ଭ କରିଥିଲେ । ଓଡିଶା ମୋ ପରିବାର ଓ ଜୟ ଜଗନ୍ନାଥ ଯୁବକ ସଂଘର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ରକ୍ତଦାନ ଶିବିରରେ ରକ୍ତଦାନ କରୁଥିବା ଯୁବକମାନଙ୍କୁ ଉତ୍ସାହିତ କରିଥିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ବିଧାୟକ ବିକ୍ରମ କୁମାର ପଣ୍ଡା ଜୀବନ ବିନ୍ଦୁ ସଂଯୋଗ ସୁବାସ ମହାରଣା ଓ ଭଗବାନ ଗନ୍ତାୟତ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ କି ରକ୍ତ ଅଭାବରୁ କେଁହି ମୃତ୍ୟୁ ନ କରନ୍ତୁ ତେଣୁ ରକ୍ତ ଦାନକରି ଅନ୍ୟର ଜୀବନ ବଞ୍ଚେଇବାକୁ ଆହ୍ୱାନ ଦେଇଥିଲେ ଉପସ୍ଥିତ ଅତିଥିମାନେ । ଜୀବନ ଦାନର ଅନ୍ୟ ନାମ ହେଉଛି ରକ୍ତଦାନ । ଯାହାର ବିକଳ୍ପ ନାହିଁ । ଏହା ଏକ ଅମୂଲ୍ୟ ସମ୍ପଦ । ତେଣୁ ରକ୍ତ ଅଭାବକୁ ଦୂର କରିବା ଏବଂ ଅନ୍ୟର ମୁହଁରେ ଖୁସି ଦେବା ପାଇଁ ଆମକୁ ରକ୍ତଦାନ କରିବା ପାଇଁ ଆଗେଇ ଆସିବାକୁ ପଡ଼ିବ ବୋଲି କହିଛନ୍ତି ଯୁବ ବିଜେଡ଼ି ନେତା ଧିରେଶ ସାବତ । ଆୟୋଜିତ ଏହି ରକ୍ତଦାନ ଶିବିରରେ ମୋଟ ୫୦୦ରୁ ଉର୍ଦ୍ଧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ପ୍ରଥମ ଥର ପାଇଁ ବ୍ରହ୍ମପୁର ସହର ରେ ଏତେ ପରିମାଣରେ ରକ୍ତ ସଂଗ୍ରହ ହୋଇଛି ବୋଲି ଜୟ ଜଗନ୍ନାଥ ଯୁବକ ସଂଘର ସଦସ୍ୟ ମାନେ କହିଛନ୍ତି । ଆୟୋଜିତ କଯ୍ୟକ୍ରମରେ ବିଶ୍ୱଜିତ୍ ପାତ୍ର(ହକି), ଡି.ସୂର୍ଯ୍ୟ ପ୍ରକାଶ ରାଓ, ସାମଜସେବୀ ରବିନ୍ଦ୍ର କୁମାର ସାହୁ, କୃଷ୍ଣ ଚନ୍ଦ୍ର ବେହେରା, ଦିନେଶ ସାବତ ଏହି ଶିବିରକୁ ପରିଚାଳନା କରୁଥିବା ବେଳେ, ମଦନ ଦଳାଇ, ସଂଜିତ ପାଣିଗ୍ରାହୀ ଓ ବିଜେଡି ଯୁବ ସଭାପତି ଅଜିତ କୁମାର ପଣ୍ଡା, ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଲୋକନାଥ କର, ଭିକି ଦାସ, ଜଗଦୀପ ସେଠି, ବଣ୍ଟି ସଡ଼ଙ୍ଗୀ, ସଚିନ୍ ପଣ୍ଡା, ରବିନ୍ଦ୍ର ସାହୁ, ଚିନ୍ତାମଣି ସାହୁ, ରାଜେଶ ବିଷୋୟୀ, ହିମାଂଶୁ ଗୌଡ଼, ଯୋଗେଶ୍ୱ ରେଡ଼ି, ପ୍ରତାପ ଗୌଡ଼, ଶିବାଜୀ ପ୍ରମୁଖ ସହଯୋଗ କରିଥିଲେ ।