ଓଡିଶା ଭଞ୍ଜ ସାହିତ୍ୟ ଏକାଡ଼େମୀ ପକ୍ଷରୁ ମାସିକ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ କଳା ପରିଷଦ ଠାରେ ଓଡିଶା ଭଞ୍ଜ ସାହିତ୍ୟ ଏକାଡ଼େମୀ ପକ୍ଷରୁ ମାସିକ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉମାଚରଣ ମିଶ୍ର ସଭାପତି ଡକ୍ଟର ଲକ୍ଷ୍ମୀନାରାୟଣ ଦାଶ ସମ୍ପାଦକ ମଞ୍ଚ ପରିଚାଳନା କବିତା ସମୀକ୍ଷକ, ଆଲୋଚକ ରୂପେ ଵଂଶୀଧର ସେଠି, କଳାରନ୍ନ ଇଂ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଓ ପଣ୍ଡିତ ଵିଶ୍ଵନାଥ ଶତପଥୀ ଯୋଗ ଦେଇଥିଲେ । ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟରେ ବସନ୍ତ ବର୍ଣ୍ଣନା ସମ୍ପର୍କରେ ଆଲୋଚନା କରିଥିଲେ । ଉପେନ୍ଦ୍ର ଭଞ୍ଜଙ୍କ ରଚିତ ସମସ୍ତ କାବ୍ୟ ହିଁ ବସନ୍ତମୟ ହେଇଥିବା ସହ ଏହାର ପ୍ରଭାବ ପରବର୍ତ୍ତୀ ସମୟରେ ଅନ୍ୟ କବିମାନଙ୍କ କାବ୍ୟ ଓ କବିତାରେ ପ୍ରଭାବିତ ହୋଇଛି । ଆସିଥିବା କଵିତାଗୁଡିକକୁ ସୌଦାମିନୀ ମିଶ୍ର ସଂଯୋଜନା କରିଥିଲେ । ଏଥିରେ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଉମାଚରଣ ମିଶ୍ର ସୁଜତା ରାଣୀ ଶତପଥୀ, ଡକ୍ଟର ଲକ୍ଷ୍ମୀନାରାୟଣ ଦାଶ, ଝିଲ୍ଲି କୁମାରୀ ସାହୁ, ବନ୍ଦନା ପଣ୍ଡା, ଇଂ ପ୍ରଫୁଲ୍ଲ କୁମାର ତ୍ରିପାଠୀ, ବି. ସତ୍ୟମ ଆଚାରୀ, ପଦ୍ମିନୀ ମିଶ୍ର, ନୀଳକଣ୍ଠ ସାହୁ, କାଳନ୍ଦୀ ଚରଣ ନାୟକ କଵିତା ପଠନ କରିଥିଲେ । ପରିଶେଷରେ ଲାଲବାହାଦୁର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।