ଓଡିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଡିଜିଟାଲ ଆନ୍ଦୋଳନ ପଞ୍ଚମ ଦିନରେ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗତ ତା୨୬ ରିଖ ଠାରୁ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଡ଼ାକରାରେ ସାରା ରାଜ୍ୟରେ ଡିଜିଟାଲ ଆନ୍ଦୋଳନ ଜାରି ରହିଛି । ପଞ୍ଚାୟତ ସ୍ତରରୁ ବିଭିନ୍ନ ବିଭାଗର ମୁଖ୍ୟାଳୟ ପର୍ଯ୍ୟନ୍ତ କାମ କରୁଥିବା ସମସ୍ତ ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀ ମାନେ ବିଭିନ୍ନ ପ୍ଲା କାର୍ଡ ଧରି କୁତ୍ସିତ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥାକୁ ଘୋର ବିରୋଧ କରିଛନ୍ତି । କରୋନା ଭଳି ମହାମାରୀ ସମୟରେ ସରକାରଙ୍କ ଘୋଷିତ କରୋନା ଯୋଦ୍ଧାଙ୍କୁ ଦିନରାତି ଗଧ ଭଳି ଖଟାଇ ମାତ୍ର ୮୮୮୦/- ଟଙ୍କା ମାସିକ ବେତନକୁ ସେମାନେ ଘୋର ବିରୋଧ କରିବା ସହ ଅତିକମରେ ୨୫୦୦୦/- ଟଙ୍କା ବେତନ ବାବଦରେ ପ୍ରଦାନ କରିବାକୁ ଦାବି କରିଛନ୍ତି । ଏଭଳି ଅଭିନବ ପ୍ରତିବାଦକୁ ରାଜ୍ୟରେ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ଦୃଡ଼ ସମର୍ଥନ ମିଳିଛି । ଯେପର୍ଯ୍ୟନ୍ତ ସରକାର ତାଙ୍କ ଦାବିକୁ ବିଚାରକୁ ନ ନେଇଛନ୍ତି ସେ ପର୍ଯ୍ୟନ୍ତ ଏପରି ଅଭିନଭ ଭାବରେ ବିରୋଧ ଜାରି ରହିବ ଓ ରାଜ୍ୟରେ ଥିବା ଅନ୍ୟାନ୍ୟ ସଂଘ କର୍ମକର୍ତ୍ତାଙ୍କ ସହଯୋଗ ପାଇଁ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଚିଠି ଲେଖି ଅବଗତ କରିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଚୁକ୍ତିଭିତ୍ତିକ କୋରନା ଯୋଧ୍ୟାଙ୍କୁ ସମ୍ମାନ ଓ କୁତ୍ସିତ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଛେଦ ସହ ସପ୍ତମ ବେତନ ଲାଗୁ ଦୁଇ ସପ୍ତାହ ମଧ୍ୟରେ ନକରନ୍ତି ତେବେ କର୍ମଚାରୀ ମାନେ ଅଭିନବ ପ୍ରଥାରେ ଆନ୍ଦୋଳନ କରିବେ ଦରକାର ପଡ଼ିଲେ କାର୍ଯ୍ୟ ବନ୍ଦ କରିବେ ବୋଲି ସଂଘ ସଭାପତି ବିଜୟ ମଲ୍ଲ, ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ମଧୁ ମଲ୍ଲିକ, ବାସୁଦେବ ଭଟ୍ଟ, ଜ୍ୟୋତିପ୍ରକାଶ ମହାପାତ୍ର, କିଷାନ ବରାଇ ଏବଂ ସଞ୍ଜୟ ପଟ୍ଟନାୟକ, ସମ୍ପାଦକ କ୍ଷିତିଶ ପଣ୍ଡା, ଶୁଭ୍ରହିତ୍ ପ୍ରତିହାରୀ, ବିଶ୍ୱଜିତ୍ ବିଶ୍ୱାଳ, ଦେବାଶିଷ ନାୟକ, ଉପସଭାପତି ପ୍ରଭାସ ଭୋଇ, ଦେବଦତ ସ୍ୱାଇଁ, ଜୀବନ ମହାନ୍ତି, ଯୁମ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶ୍ରୀନିବାସ ମହାନ୍ତି, ପ୍ରଶାନ୍ତ କର, ସ୍ୱାଗତ ନନ୍ଦ, ଅନିତା ବେହେରା, ଲୋଜାଳିନ ପଣ୍ଡା, ଅଳକା ମହାନ୍ତି, ରଶ୍ମି ଦାସ ପ୍ରମୁଖ ପ୍ରେସ ବ୍ରିବୃତିରେ କହିଥିବା ସଂଘ ସଭାପତି ଜଣାଇଛନ୍ତି  ।

ରିପୋର୍ଟ : ବିଜୟ ମଲ୍ଲ