ଓଡିଶା କଳା ଓ କ୍ରୀଡା ଶିକ୍ଷକ ମହାସଂଘର ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ପୂର୍ଣ୍ଣ ଶିକ୍ଷକର ମାନ୍ୟତା ପ୍ରଦାନ କରିବା ନିମନ୍ତେ ଦାବି…

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ନିଯୁକ୍ତି ପାଇଥିବା ସମସ୍ତ ସାମୟିକ କଳା ଓ କ୍ରୀଡା ଶିକ୍ଷକମାନଙ୍କୁ ପାର୍ଟ ଟାଇମ ଉଚ୍ଛେଦ କରି ପୂର୍ଣ୍ଣ ଶିକ୍ଷକର ମାନ୍ୟତା ପ୍ରଦାନ କରିବା ନିମନ୍ତେ ବୁଧୁବାର ଓଡିଶା କଳା ଓ କ୍ରୀଡା ଶିକ୍ଷକ ମହାସଂଘର ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଭେଟିଙ୍କୁ ପ୍ରଦାନ କରାଯାଇଛି । ଭାରତ ସରକାର, ମାନବ ସଂଶୋଧନ ବିକାଶ ମନ୍ତ୍ରଳାୟ, ବିଦ୍ୟାଳୟ ଏବଂ ଗଣଶିକ୍ଷା ଓ ସ୍ୱାକ୍ଷରତା ବିଭାଗ ତରଫରୁ ସମସ୍ତ ଶିକ୍ଷକ ମାନଙ୍କୁ ପ୍ରାଥମିକ ଚୁକ୍ତି କରାଯାଇ ୧୨ ମାସ ଅନୁସାରେ ଦରମା ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏଣୁ ଏହାକୁ ବିରୋଧ କରି ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ନିମନ୍ତେ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି । ଏହି ଦାବି ପତ୍ର ପ୍ରଦାନ ବେଳେ ଓଡିଶା କଳା ଓ କ୍ରୀଡା ଶିକ୍ଷକ ମହାସଂଘର ରାଜ୍ୟ ସମ୍ପାଦକ ହରିହର ବେହେରା, ଜିଲ୍ଲା ସଭାପତି ସନ୍ତୋଷ କୁମାର ନାହାକ, ଜୟରାମ ମହାରଣା, ସୁଜତା ତ୍ରିପାଠୀ, ଜ୍ଞାନେନ୍ଦ୍ର ସିଂ, ରବିନ୍ଦ୍ର ନାଥ ଦାସ, ସୁରେନ୍ଦ୍ର ମହାରଣା, ପ୍ରଶାନ୍ତ ବାଡତ୍ୟା, କେ. ମନୋଜ ପ୍ରଧାନ, ପ୍ରିୟ ରଂଜନ ପାତ୍ର ଙ୍କ ସମେତ ବହୁ କଳା ଓ କ୍ରୀଡା ଶିକ୍ଷକମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା