ଓଡିଶାକୁ ଆସି ସାରିଛି କୋଭିଡ ମେଡିସିନ୍ : ସ୍ୱାସ୍ଥ୍ୟ ସଚିବ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସାରା ରାଜ୍ୟରେ କରୋନା ଭୁତାଣୁ ସଂକ୍ରମଣର ସଂଖ୍ୟା ହୁ ହୁ ହୋଇ ବଢି ଚାଲିଥିବା ବେଳେ ଓଡିଶାକୁ ଆସି ସାରିଛି କରୋନା ମେଡିସିନ୍ । ଏହି ଖୁସି ଖବର ରେମଡିସିଭିର, ଫାଭିଫ୍ଲୁ ମେଡିସିନ୍ ଆସିସାରିଛି ବୋଲି ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ ଜେନା । ଏହା ସହ କଟକଣାକୁ ନେଇ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କିଛି କଟକଣା ରହିବ । ସରକାର ଆଜି କିମ୍ବା ଆସନ୍ତାକାଲି ଏନେଇ ସ୍ପଷ୍ଟ ନିଷ୍ପତ୍ତି ନେବେ । ଅନ୍ୟପଟେ ପୁରୀରେ ସେରୋଲୋଜିକାଲ ଟେଷ୍ଟ ଆରମ୍ଭ ହୋଇସାରିଛି । ୧ ତାରିଖରୁ ଗଞ୍ଜାମ, ଗଜପତି ଓ କଟକରେ ଆରମ୍ଭ ହେବ । ସ୍ଥିତି ଦେଖି ବଢୁଥିବା ସଂକ୍ରମିତ ଜିଲ୍ଲାରେ ଟେଷ୍ଟ ଆରମ୍ଭ ହେବ । ପରୀକ୍ଷାଗୁଡିକ ଆଇସିଏମଆର ଦ୍ୱାରା କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ ଜେନା କହିଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା