ଓକିଲ ସଂଘ ପକ୍ଷରୁ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଓକିଲ ସଂଘ ନିର୍ବାଚନ ନେଇ ଓଡ଼ିଶା ରାଜ୍ୟ ବାର୍ କାଉନ୍‌ସିଲ୍ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ନଭେମ୍ବର ୨୪ ଓ ୨୫ ତାରିଖ ତଥା ଦୁଇ ଦିନ ଧରି ନାମାଙ୍କନ ଦାଖଲ କରିବାକୁ ଥିବା ବେଳେ ଆଜି ନାମାଙ୍କନ ଦାଖଲର ପ୍ରଥମ ଦିନରେ ଗଞ୍ଜାମ ଓକିଲ ସଂଘର ନିର୍ବାଚନ ପାଇଁ ସଭାପତି ପଦବୀ ପାଇଁ କପିଳେଶ୍ୱର ପଟ୍ଟନାୟକ ଏବଂ ବଂଶୀଧର ପାଳ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଉପସଭାପତି ପଦବୀ ପାଇଁ କୃଷ୍ଣଚନ୍ଦ୍ର ପଣ୍ଡା, ବସନ୍ତ ରାଉତ, ସେହିଭଳି ସମ୍ପାଦକ ପଦବୀ ପାଇଁ କେବଳ ପ୍ରଦୀପ ବେହେରା ଏବଂ ଯୁଗ୍ମ ସମ୍ପାଦକ ପଦବୀ ପାଇଁ ହେମନ୍ତ ପଣ୍ଡା, ସୋମନାଥ ମହାରଣା ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୨୬ ତାରିଖରେ ନାମାଙ୍କନ ଯାଞ୍ଚ ହେବା ସହ, ୨୭ ତାରିଖରେ ଯୋଗ୍ୟ ପ୍ରାର୍ଥୀଙ୍କ ବିଜ୍ଞପ୍ତି ପ୍ରକାଶ ପରେ ୨୮ ତାରିଖ ଦିନ ୩ ଟା ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ସେହିପରି ୨୮ ତାରିଖ ଅପରାହ୍ନ ୪ ଟା ସମୟରେ ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଁ କୁହାଯାଇଥିବା ବେଳେ ଡ଼ିସେମ୍ବର ୧୨ ତାରିଖରେ ସକାଳ ୮ ଟା ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ପାଇଁ ଧାର୍ଯ୍ୟ କରାଯାଇଛି । ସନ୍ଧ୍ୟା ୫ଟା ପରେ ଭୋଟ ଗଣତି ଓ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ସୂଚନା ମିଳିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା